• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଶ୍ଚିମବଙ୍ଗରେ ଏଣିକି ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପାରିତ ହୋଇଛି । ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ ଆଉ କୁଳାଧିପତି ହେବେ ନାହିଁ । ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହିଁ ହେବେ କୁଳାଧିପତି ।

ଏନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁ କହିଛନ୍ତି ଯେ, ବର୍ତ୍ତମାନ କ୍ୟାବିନେଟ୍‌ରେ ବିଲ୍‌ ପାସ୍ ହୋଇଛି । ପରବର୍ତ୍ତୀ ସମୟରେ ବିଧାନସଭାରେ ଆଇନରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରାଯିବ ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା କ୍ଷମତାକୁ ନେଇ କଳି ଲାଗି ରହିଛି । ରାଜଭବନର ବିନା ଅନୁମତି ଏବଂ ବିନା ଆଲୋଚନାରେ ସରକାରୀ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଦିଆଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପରେ ମମତା ସରକାର ଏଭଳି ବଡ଼ ନେଇଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତକିଛି ଦିନ ପୂର୍ବରୁ ବିଶ୍ୱବିଦ୍ୱାଳୟଗୁଡିକର କୂଳପତିଙ୍କ ନିଯୁକ୍ତି ପାଇଁ ପଶ୍ଚିମବଙ୍ଗ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ସେହିସମୟରେ କୋଲକାତା ରାଜ୍ୟପାଳ ଜଗଦୀପ ଧନଖଡ଼ ରାଜ୍ୟ ସରକାରଙ୍କ ବିନା ସହମତିରେ ଅନେକ କୁଳପତିମାନଙ୍କୁ ନିଯୁକ୍ତି ଦେଇଥିବାର ଅଭିଯୋଗ ହୋଇଥିଲା । ତେଣୁ ରାଜ୍ୟପାଳଙ୍କ କ୍ଷମତା ତଥା ପାୱାରକୁ ହ୍ରାସ କରିବା ପାଇଁ ମମତା ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି ।

ତେବେ ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ମମତା ସରକାରଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସେ ଟ୍ୱିଟ୍‌ କରିଛନ୍ତି ଯେ, ‘ଭିସିଙ୍କ ବିନା ମଞ୍ଜୁରୀରେ ୨୫ ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅବୈଧ ରୂପେ ନିଯୁକ୍ତି ଦିଆଯାଇଛି । କୋଲକାତା ବିଶ୍ୱବିଦ୍ୱାଳୟର ଭିସି ସୋନାଲି ଚକ୍ରବତିଙ୍କୁ ବିନା କୈଣସି ଚୟନ ପ୍ରକ୍ରିୟାରେ ୪ ବର୍ଷର କାର୍ଯ୍ୟକଳାପ ପାଇଁ ନିଯୁକ୍ତି ଦିଆଯାଇଛି’ ।