Advertisment

କାହିଁକି ଲିଙ୍ଗ ପରିବର୍ତ୍ତନ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁଚେତନା ?

ନିକଟରେ ସୁଚେତନା ଏକ ଏଲ୍‌ଜିବିଟିକ୍ୟୁ (Lesbian, gay, bisexual, and transgender) କର୍ମଶାଳାରେ ଯୋଗ ଦେଇଥିବା ବେଳେ ସେ ନିଜକୁ ଜଣେ ପୁରୁଷ ମନେ କରନ୍ତି ବୋଲି କହିଥିଲେ। ସେ ପୁରୁଷ ହେବା ପାଇଁ ଚାହୁଁଥିବା ସେଠାରେ କହିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Suchetna

Suchetna

ଲିଙ୍ଗ ପରିବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ସେ ଝିଅରୁ ଏବେ ପୁଅ ହେବାକୁ ମନ ବଳାଇଛନ୍ତି । ତେବେ କାହିଁକି ? କ’ଣ ଥାଇପାରେ କାରଣ ? ସେ ନିଜକୁ ଝିଅ ରୂପରେ ଦେଖିବାକୁ ଚାହାନ୍ତି ନାହିଁ କି ? ତାଙ୍କୁ କ’ଣ ଝିଅ ଜୀବନ ଭଲ ଲାଗୁ ନାହିଁକି ? ଆମେ କହୁଛୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସୁପତ୍ରୀ ସୁଚେତନା ଭଟ୍ଟାଚାର୍ଯ୍ୟଙ୍କ କଥା । ସେ ଏବେ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisment

ସୁଚେତନା ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରି ‘ସୁଚେତନା’ରୁ ‘ସୁଚେତନ’ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ସେ ଆଇନ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଉଛନ୍ତି। ତା’ସହିତ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଅନୁମୋଦନ ପତ୍ର ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ନିକଟରେ ସୁଚେତନା ଏକ ଏଲ୍‌ଜିବିଟିକ୍ୟୁ (Lesbian, gay, bisexual, and transgender) କର୍ମଶାଳାରେ ଯୋଗ ଦେଇଥିବା ବେଳେ ସେ ନିଜକୁ ଜଣେ ପୁରୁଷ ମନେ କରନ୍ତି ବୋଲି କହିଥିଲେ। ସେ ପୁରୁଷ ହେବା ପାଇଁ ଚାହୁଁଥିବା ସେଠାରେ କହିଥିଲେ।

ସୁଚେତନା ଆହୁରି କହିଛନ୍ତି, ‘ମୋ ବାପାଙ୍କର ଅବା ମୋ ପରିବାରର ପରିଚୟ ଗୋଟିଏ ବଡ଼ ପ୍ରସଙ୍ଗ ନୁହେଁ। ଏଲ୍‌ଜିବିଟିକ୍ୟୁ ଆନ୍ଦୋଳନର ଏକ ଅଂଶ ଭାବେ ମୁଁ ମୋ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛି । ପ୍ରତିଦିନ ମୁଁ ଯେଉଁ ସାମାଜିକ ନିର୍ଯାତନା ସହୁଛି, ତାକୁ ବନ୍ଦ କରିବାକୁ ମୁଁ ଏହି ନିଷ୍ପତ୍ତି ନେଇଛି।’

Advertisment

ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ‘ମୋତେ ୪୧ ବର୍ଷ ହେଲାଣି । ମୋ ଜୀବନ ସହିତ ଜଡ଼ିତ ସମସ୍ତ ନିଷ୍ପତ୍ତି ମୁଁ ନେଇ ପାରିବି । ସେହି କ୍ରମରେ ମୁଁ ଏହି ନିଷ୍ପତ୍ତି ନେଇଛି । ଦୟାକରି କେହି ମୋ ବାପାମା’ଙ୍କୁ ଏ ଭିତରକୁ ଟାଣନ୍ତୁ ନାହିଁ। ଯିଏ ନିଜକୁ ମାନସିକ ସ୍ତରରେ ଜଣେ ପୁରୁଷ ବୋଲି ବିଚାର କରେ, ସେ ମଧ୍ୟ ଜଣେ ପୁରୁଷ । ମୁଁ ନିଜକୁ ମାନସିକ ସ୍ତରରେ ପୁରୁଷ ବୋଲି ବିଚାର କରେ। ବର୍ତ୍ତମାନ ମୁଁ ଶାରିରୀକ ଭାବେ ସେହି ପରିବର୍ତ୍ତନ କରିବାକୁ ଚାହୁଁଛି। ଅନ୍ୟମାନେ କ’ଣ କହିବେ, ସେନେଇ ମୋର ଆଦୌ ଚିନ୍ତା ନାହିଁ।’ ତେବେ ସୁଚେତନା ଆଶା ରଖିଛନ୍ତି ଯେ ତାଙ୍କ ବାପା ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିବେ। କାରଣ ସେ ତାଙ୍କୁ ଛୁଆ ବେଳୁ ଜାଣିଛନ୍ତି।

Advertisment
Advertisment