/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686327776.jpg)
variety mangoes
ପ୍ରତିବର୍ଷ ପରି ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆମ୍ବ ପଠାଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଇଏ ପୁଣି ଏମିତି ସେମିତି ଆମ୍ବ ନୁହେଁ ବରଂ ରାଜ୍ୟର ସବୁଠୁ ସୁଆଦିଆ ଆମ୍ବ ବୋଲି ଜଣାପଡିଛି । ଖାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୁହେଁ ବରଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବି ପଠାଇଛନ୍ତି ଆମ୍ବ । ଏହାସହ ଦିଦି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବି ଆମ୍ବ ପଠାଇଥିବା ଜଣାପଡିଛି ।
କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି ଦୀର୍ଘବର୍ଷ ହେବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଙ୍ଗର ଆମ୍ବ ପଠାଇ ଆସୁଛନ୍ତି । ତେଣୁ ଏବର୍ଷ ବି ସମାନ ଡଙ୍ଗରେ ଆମ୍ବ ପଠାଇଛନ୍ତି ଦିଦି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏକ ସୁସଜ୍ଜିତ ସ୍ୱତନ୍ତ୍ର ପେଟିରେ ହିମସାଗର, ଫଜିଲ୍, ଲଙ୍ଗରା ଏବଂ ଲକ୍ଷ୍ମଣଭୋଗ ଭଳି ଜାତିଆଜାତିଆ ଆମ୍ବ ସବୁ ପଠାଇଛନ୍ତି ଦିଦି । ମାତ୍ର ୨ ଦିନ ଭିତରେ ଏହି ସବୁ ଆମ୍ବ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିବ ବୋଲି ଜଣାପଡ଼ିଛି ।
ଖାଲି ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ନୁହନ୍ତି ବରଂ ପୂର୍ବବର୍ଷ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ମମତା ଆମ୍ବ ଭେଟି ଦେଇଥିବା ଜଣାପଡିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ବଙ୍ଗର ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ମମତା ଏମିତି ଆମ୍ବ ପଠାଉଛନ୍ତି । ଖାଲି ଆମ୍ବ ପଠାନ୍ତି ତାହା ନୁହେଁ ବରଂ ଦୁର୍ଗାପୂଜା ସମୟରେ ମୋଦିଙ୍କ ଲାଗି ଦିଦି କୁର୍ତ୍ତା ସହ ମିଠା ବି ପଠାନ୍ତି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୁଏ । ତେବେ ଏବେ ପ୍ରବଳ ମାତ୍ରାରେ ଆମ୍ବ ଫଳୁଥିବାରୁ ଦିଦି ଆମ୍ବ ପଠାଇବାକୁ ନେଇ ଖାଲି ବଙ୍ଗରେ ନୁହେଁ ବରଂ ପୂରା ଦେଶରେ ବଢିଲାଣି ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)