Advertisment

କ୍ୟାନସର୍‌ ପୀଡିତା ମାଆର ଇଚ୍ଛା ପୂରଣ କଲା ପୁଅ; ଷ୍ଟ୍ରେଚର୍‌ରେ ଯାଇ ଭୋଟ ଦେଲେ..

କାଲି ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ବିହାର ଦରଭଙ୍ଗା ଅଞ୍ଚଳର ଜଣେ ଭୋଟରଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା।

author-image
Manoranjan Behera
General Elections 2024

General Elections 2024

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ମୃତ୍ୟୁ ସହ ଲଢ଼େଇ କରୁଥିବା ଜଣେ ବୃଦ୍ଧା। ଜୀବନକୁ ଖାତିର ନକରି ଷ୍ଟ୍ରେଚରରେ ଆସି ଭୋଟ ଦେଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜୀବନର ଶେଷ ସମୟରେ ବି ନିଜ ଅଧିକାର ସାବ୍ୟସ୍ତ କରି ଆଜି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି।

Advertisment

କାଲି ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ବିହାର ଦରଭଙ୍ଗା ଅଞ୍ଚଳର ଜଣେ ଭୋଟରଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା। କ୍ୟାନସର ଚତୁର୍ଥ ଷ୍ଟେଜ୍‌ରେ ଥାଇ ବି ଷ୍ଟ୍ରେଚର୍‌ରେ ଆସି ମତଦାନ କରିଛନ୍ତି। ସୂଚନା ମୁତାବକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ଯେ ସେ ଆଜିକୁ ୪ ଦି ହେବ ପାଣି ଥୋପେ ବି ପିଇନାହାନ୍ତି।

ବୃଦ୍ଧାଙ୍କ ନାମ ଶୁଭଦ୍ରା ଦେବୀ। ତାଙ୍କ ପୁଅ ବିଜୟ କୁମାର ମିଶ୍ର ତାଙ୍କୁ ଷ୍ଟ୍ରେଚର୍‌ରେ ନିକଟସ୍ଥ ସ୍କୁଲକୁ ମତଦାନ ପାଇଁ ଆଣିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପୁଅ ବିଜୟଙ୍କ କହିବାନୁଯାୟୀ, ମାଆଙ୍କର ଶେଷ ଇଚ୍ଛା ଥିଲା ଭୋଟ ଦେବା ପାଇଁ। ସେଥିପାଇଁ ସେ ମାଆଙ୍କୁ ଷ୍ଟ୍ରେଚର୍‌ରେ ମତଦାନ କେନ୍ଦ୍ରକୁ ନେଇ ଆସିଲେ।

Advertisment

ଗତକାଲି ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଥିଲା। ୧୦ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ମୈଦାନରେ ଅଛନ୍ତି ୧୭୧୭ ଜଣ ସାଂସଦ ପ୍ରାର୍ଥୀ। ସମସ୍ତଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭ କୋଟି ୭୦ ଲକ୍ଷ ଭୋଟର୍। ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ ଏବଂ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ସଂସଦୀୟ କ୍ଷେତ୍ରରେ ହୋଇଛି ଭୋଟ ଗ୍ରହଣ। ଏଥିସହ ବିହାରର ୫, ଛାଡ଼ଖଣ୍ଡର ୪, ଓଡ଼ିଶାର ୪ ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ କରୁଛନ୍ତି ଜନତା। ଏଥିସହ ଆନ୍ଧ୍ରପ୍ରଦେଶର ୧୭୫, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ବି ହୋଇଛି ଭୋଟିଂ ।

General Elections 2024 Voting
Advertisment
Advertisment