/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708276100.jpg)
delivery of baggage
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି। ଫେବ୍ରୁଆରୀ ୨୬ ସୁଦ୍ଧା ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଥିବା ବେଳେ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେଇ କଡା ଚେତାବନୀ ବି ଦିଆଯାଇଛି । ବିମାନ ବନ୍ଦରରେ ନିଜ ଜିନିଷ ପାଇବାକୁ ଯାତ୍ରୀଙ୍କୁ ବେଳେ ବେଳେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏବେ ଏଥିରେ ବିମାନ ଚଳାଚଳ ମନ୍ତ୍ରାଳୟ ହସ୍ତକ୍ଷେପ କରି ନିର୍ଦ୍ଦେଶନାମା ଜାରି କରିଛି। ବିମାନ ପହଁଚିବାର ୧୦ ମିନିଟ୍ ରୁ ୩୦ ମିନିଟ ଭିତରେ ଯାତ୍ରୀଙ୍କୁ ସେମାନଙ୍କ ବ୍ୟାଗ୍ ଯୋଗାଇବା ନିଶ୍ଚିତ କରିବାକୁ କୁହାଯାଇଛି ।
୨୬ ଫେବୃଆରୀ ପର୍ଯ୍ୟନ୍ତ ଦିଆଯାଇଛି ସମୟ...
୨୬ ଫେବୃଆରୀ ସୁଦ୍ଧା ବ୍ୟାଗେଜ୍ ଠିକ୍ ସମୟରେ ଦେବାକୁ ସୁନିଶ୍ଚିତ କରିବା ପାଇଁ ବିସିଏଏସ୍ ଏୟାରଲାଇନ୍ସକୁ କହିଛି । ଫେବୃଆରୀ ୧୬ରେ ସାତୋଟି ଏୟାରଲାଇନ୍ସ - ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାସା ଏୟାର, ସ୍ପାଇସ୍ଜେଟ୍, ଭିଷ୍ଟାରା, ଏଏକ୍ସ କନେକ୍ଟ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)