• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଡ଼ ଖବର । ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌ । କାମ ଥିଲେ କରି ନିଅନ୍ତୁ ତୁରନ୍ତ । କାରଣ ହୋଇପାରନ୍ତି ହଇରାଣ । ତେବେ ଲୋକଙ୍କର ପ୍ରତ୍ୟେକ ଦିନ ବ୍ୟାଙ୍କ୍‌ରେ କିଛି ନା କିଛି କାମ ରହିଥାଏ । ଲୋକଙ୍କର ଦୈନଦିନ ଜୀବନରେ ଟଙ୍କା ଆବଶ୍ୟକ ରହିଥାଏ ତେବେ ସେଥିପାଇଁ ଲୋକବ୍ୟାଙ୍କ୍‌ରେ ଭିଡ଼ ଜମାଇ ଥାନ୍ତି ।  ସେଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ଛୁଟିଦିନର ତାଲିକା ପ୍ରକାଶ କରିଛି ।  ଆସନ୍ତୁ ଜାଣିବା ମାର୍ଚ୍ଚରେ କେଉଁ ଦିନ ଛୁଟି ରହିବ ବ୍ୟାଙ୍କ୍‌...

ଆରବିଆଇ ଗାଇଡଲାଇନ ଅନୁଯାୟୀ ବ୍ୟାଙ୍କଗୁଡିକ ରବିବାର ତଥା ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବନ୍ଦ ରହିଥାଏ । ମାର୍ଚ୍ଚ ୧,୮, ୨୨, ୨୫, ୨୬, ୨୭ ଓ ୨୯ ମାର୍ଚ୍ଚରେ ଆରବିଆଇ ଛୁଟି ଘୋଷଣା କରିଛି । ଏହା ବ୍ୟତୀତ, ୩, ୧୦, ୧୭, ୨୪ ଓ ୩୧ ମାର୍ଚ୍ଚରେ ପାଞ୍ଚଟି ରବିବାର ଏବଂ ୯  ଓ ୨୩ ମାର୍ଚ୍ଚରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ଛୁଟି ରହିବ ।

ମାର୍ଚ୍ଚରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ୍‌  ? 

ମାର୍ଚ୍ଚ ୧, ଶୁକ୍ରବାର, ଚାପ୍‌ଚର୍‌ କୁଟ୍ ।( ମିଜୋରାମରେ ବ୍ୟାଙ୍କ୍‌ ବନ୍ଦ ରହିବ )

ମାର୍ଚ୍ଚ ୩, ରବିବାର । 
ମାର୍ଚ୍ଚ ୮ , ଶୁକ୍ରବାର, ( ମହାଶିବରାତ୍ରୀ, ତେଣୁ ବ୍ୟାଙ୍କ୍‌ ଛୁଟି ରହିବ )
ମାର୍ଚ୍ଚ ୯, ଶନିବାର, ( ମାସର ଦ୍ୱିତୀୟ ଶନିବାର ତେଣୁ ସାରା ଭାରତରେ ଛୁଟି ରହିଛି )
ମାର୍ଚ୍ଚ ୧୦, ରବିବାର । 
ମାର୍ଚ୍ଚ ୧୭, ରବିବାର । 
ମାର୍ଚ୍ଚ ୨୨, ଶୁକ୍ରବାର, ( ବିହାର ଦିବସ ରହିଛି ତେଣୁ ବିହାରରେ ଛୁଟି ରହିବ  ) 
ମାର୍ଚ୍ଚ ୨୩, ଶନିବାର, ( ମାସର ଚତୁର୍ଥ ଶନିବାର ତେଣୁ ସାରା ଭାରତରେ ଛୁଟି ରହିଛି )
ମାର୍ଚ୍ଚ ୨୪, ରବିବାର 
ମାର୍ଚ୍ଚ ୨୫, ସୋମବାର, ( ଦୋଳ ଯାତ୍ରା ପରି ଅନେକ ଭଳି ପର୍ବ ରହିଛି , ତେଣୁ କିଛି ରାଜ୍ୟରେ ବ୍ୟାଙ୍କ୍‌ ବନ୍ଦ ରହିବ )
ମାର୍ଚ୍ଚ ୨୬ , ମଙ୍ଗଳବାର, ( ଓଡିଶା, ମଣିପୁର ଓ ବିହାର ଭଳି ରାଜ୍ୟରେ ହୋଲି ପର୍ବ ପାଇଁ ଛୁଟି ରହିବ   )
ମାର୍ଚ୍ଚ ୨୭, ବୁଧବାର,  ( ହୋଲି ପର୍ବ ରହିଛି ତେଣୁ ବ୍ୟାଙ୍କ୍‌ ଛୁଟି ରହିଛି ) 
ମାର୍ଚ୍ଚ ୨୯, ଶୁକ୍ରବାର, ( ଅନେକ ରାଜ୍ୟରେ ଗୁଡ ଫ୍ରାଇଡେ ରହିଛି ତେଣୁ ବ୍ୟାଙ୍କ୍‌ ଛୁଟି ରହିବ ) 
ମାର୍ଚ୍ଚ ୩୧, ରବିବାର  । 

ଯଦିଓ ଏହି ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକରେ ବ୍ୟାଙ୍କ୍‌ ବନ୍ଦ ରହିବ । କିନ୍ତୁ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଓ ଏଟିଏମ୍ ଗୁଡିକ ସୁରୁଖୁରୁରେ ଆପଣଙ୍କ କାମ କରିପାରିବେ ।