Advertisment

ନଭେମ୍ବରରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ !

ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ନଭେମ୍ବର ମାସ ପାଇଁ ଛୁଟି ତାଲିକା(Bank Holidays) ଜାରି କରିଛି। ଏହି ଲିଷ୍ଟ ଅନୁସାରେ, ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ଚଳିତ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Banks Closed For 10 Days In November

Banks Closed For 10 Days In November

ଚଳିତ ମାସରେ ପୁରା ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଯେଉଁଥିରେ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ରହିଛି। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ପର୍ବପର୍ବାଣୀ ଓ ରାଜ୍ୟ ସରକାରଙ୍କ ଛୁଟି ତାଲିକା ବିଜ୍ଞପ୍ତି ଅନୁସାରେ ବ୍ୟାଙ୍କ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ନଭେମ୍ବର ମାସ ପାଇଁ ଛୁଟି ତାଲିକା(Bank Holidays) ଜାରି କରିଛି। ଏହି ଲିଷ୍ଟ ଅନୁସାରେ, ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ଚଳିତ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ।

Advertisment

RBI ଦ୍ୱାରା ପ୍ରସ୍ତୁତ କରାଯାଇଥିବା କ୍ୟାଲେଣ୍ଡର ଅନୁସାରେ, ଛୁଟି ଦିନକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏହି ୩ଟି ଶ୍ରେଣୀ ହେଲା- ନେଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ସ ଆକ୍ଟ ଲିଭ୍‌, ରିୟଲ-ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ୍‌ ଲିଭ୍‌ ତଥା ବ୍ୟାଙ୍କ୍‌ କ୍ଲୋଜିଂ। RBI କ୍ୟାଲେଣ୍ଡର ଅନୁସାରେ, ଆଞ୍ଚଳିକ ଛୁଟି ଦିନ ଯୋଗୁ ବ୍ୟାଙ୍କ ୪ ଦିନ ବନ୍ଦ ରହିବ। ଏଥିରେ ଗୁରୁ ନାନକ ଜୟନ୍ତୀ, କନ୍ନଡ ରାଜ୍ୟ ଉତ୍ସବ, ସେଙ୍ଗ କୁତ୍ସନେମ ତଥା କନକଦାସ ଜୟନ୍ତୀ/ବଙ୍ଗଳା ଉତ୍ସବ ସାମିଲ ରହିଛି। ଏହିସବୁ ଫେଷ୍ଟିଭାଲ୍‌ ଯୋଗୁ କିଛି ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। 

ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

Advertisment

ଜାଣନ୍ତୁ, ଚଳିତ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ...

  • ନଭେମ୍ବର ୧ : କନ୍ନଡ ରାଜ୍ୟ ଉତ୍ସବ/କୁଟ (ବେଙ୍ଗାଲୁରୁ ଏବଂ ଇମ୍ଫାଲରେ ବ୍ୟାଙ୍କ ବନ୍ଦ ରହିବ)
  • ନଭେମ୍ବର ୬ : ରବିବାର
  • ନଭେମ୍ବର ୮ : ଗୁରୁ ନାନକ ଜୟନ୍ତୀ/ଗୁରୁ ପୂର୍ଣ୍ଣିମା(ଆଇଜଲ୍‌, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡୀଗଡ଼, ଡେରାଡୁନ୍‌, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନୁପର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ସିମ୍‌ଲା ଓ ଶ୍ରୀନଗର) 
  • ନଭେମ୍ବର ୧୧ : କନକଦାସ ଜୟନ୍ତୀ/ ବଙ୍ଗଳା ଉତ୍ସବ (ବେଙ୍ଗାଲୁରୁ ଏବଂ ଶିଲଂ)
  • ନଭେମ୍ବର ୧୨ : ଦ୍ୱିତୀୟ ଶନିବାର
  • ନଭେମ୍ବର ୧୩ : ରବିବାର
  • ନଭେମ୍ବର ୨୦ : ରବିବାର
  • ନଭେମ୍ବର ୨୩ : ସେଙ୍ଗ କୁତ୍ସନେମ(ଶିଲଂ)
  • ନଭେମ୍ବର ୨୬ : ଚତୁର୍ଥ ଶନିବାର
  • ନଭେମ୍ବର ୨୭ : ରବିବାର
Bank Holidays Bank Closed
Advertisment
Advertisment