• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୪ ଦିନିଆ ଭାରତ ଗସ୍ତରେ ଆସିଥିବା ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭବ୍ୟ ସ୍ୱାଗତ । ଆଜି ରାଷ୍ଟ୍ରପତି ଭବନରେ ତାଙ୍କୁ ରାଜକୀୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହି ଶେଖ୍ ହସିନାଙ୍କୁ ସ୍ୱାଗତ କରିଛନ୍ତି । ପରେ ଆଜି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଦ୍ୱିପାକ୍ଷିକ କଥାବାର୍ତ୍ତାର କାର୍ଯ୍ୟକ୍ରମ ରହିଛି ।

ପାରସ୍ପରିକ ସହଯୋଗକୁ ସୁଦୃଢ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି । ଦୁଇ ନେତା ନଦୀ ଜଳବଣ୍ଟନ ତଥା ପ୍ରତିରକ୍ଷା, ବାଣିଜ୍ୟ ବ୍ୟାପାର ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇପାରେ । ବିଶେଷ କରି ତୀସ୍ତା ଜଳ ବଣ୍ଟନକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ତିସ୍ତା ଜଳ ବିବାଦର ସମାଧାନ ନେଇ ୨୦୧୧ ମସିହାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସହମତି ହୋଇଥିଲେ ହେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆପତ୍ତି ଯୋଗୁଁ ଏହା ଚୂଡ଼ାନ୍ତ ହୋଇ ପାରିନ ଥିଲା ।

ଏହା ପରେ ବାଂଲାଦେଶ ଭାରତକୁ ହିଲସା ବା ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇଥିଲା । ଆଜିର କଥାବାର୍ତ୍ତାରେ ଏହି ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି । ଇଲିସି ମାଛ ରପ୍ତାନୀ କଟକଣା ହଟାଇବା ନେଇ ଘୋଷଣା କରିପାରନ୍ତି ଶେଖ୍ ହାସିନା । ଭାରତ ଗସ୍ତ ଅବସରରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।