Advertisment

ମଝି ସମୁଦ୍ରରେ ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ...

ପଶ୍ଚିମବଙ୍ଗର ସାଗର ଦ୍ୱୀପ ଠାରୁ ୯୦ ନଟିକାଲ୍ ମାଇଲ୍ ଦୂର ଗଭୀର ସମୁଦ୍ରରେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିଲା। ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ଏଭଳି ପରିସ୍ଥିତିରେ ପହଁରିବା ସମ୍ଭବପର ନଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bangladesh Fishermen Rescue

Bangladesh Fishermen Rescue

ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ସମୁଦ୍ର ଅଶାନ୍ତ ରହିପାରେ ବୋଲି ପୂର୍ବରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରଥିଲା। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିଲା। ହେଲେ କିଛି ମତ୍ସ୍ୟଜୀବୀ ପାଣିପାଗ ବିଭାଗର ଏହି ସତର୍କ ସୂଚନାକୁ ନମାନି ସମୁଦ୍ରରେ ମାଛ ଧରିବାକୁ ଯାଇ ଅଘଟଣର ଶିକାର ହୋଇଛନ୍ତି। ତେବେ ଭାରତୀୟ ତଟରକ୍ଷୀ ବାହିନୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସମୁଦ୍ରରେ ଡଙ୍ଗା ବୁଡ଼ି ଯିବାରୁ ଜୀବନ ବଞ୍ଚାଇବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ବଙ୍ଗୋପସାଗରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ମଝି ସମୁଦ୍ରରୁ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

Advertisment

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ସାଗର ଦ୍ୱୀପ ଠାରୁ ୯୦ ନଟିକାଲ୍ ମାଇଲ୍ ଦୂର ଗଭୀର ସମୁଦ୍ରରେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିଲା। ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ଏଭଳି ପରିସ୍ଥିତିରେ ପହଁରିବା ସମ୍ଭବପର ନଥିଲା। ଶେଷରେ କୌଣସି ଉପାୟ ନପାଇ ଡଙ୍ଗାରେ ଲାଗିଥିବା ବ୍ଲାଡର୍‌ ବଲ୍‌କୁ ଧରି ରହିଥିଲେ ୨୦ ଜଣ ମତ୍ସ୍ୟଜୀବୀ।  ଏପରି ସ୍ଥିତିରେ ଭାରତୀୟ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଦାୟିତ୍ୱରେ ଥିବା ଟିମ୍‌ର ନଜରରେ ଏହା ପଡ଼ିଥିଲା। 

ଡୋର୍ନିୟର୍ ବିମାନରେ ଥିବା ତଟରକ୍ଷୀ ବାହିନୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୋଷ୍ଟଗାର୍ଡ ଜାହାଜ ବିଜୟକୁ ଆଣିଥିଲେ। ଏହାପରେ ଏହି ୨୦ ମତ୍ସଜୀବୀଙ୍କୁ ବାଂଲାଦେଶ କୋଷ୍ଟଗାର୍ଡକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। 

Advertisment
Boat Capsized
Advertisment
Advertisment