Baijayant Panda
ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ବା ହାଲ ପରିସର ବୁଲି ଦେଖିଛନ୍ତି ପବ୍ଲିକ ଅଣ୍ଡରଟେକିଙ୍ଗସ କମିଟି ଚେୟାରମ୍ୟାନ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏଠାରୁ ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ଲାଇଟ୍ ୟୁଟିଲିଟି ହେଲିକପ୍ଟରରେ ଉଡାଣ ଭରିଥିଲେ ବୈଜୟନ୍ତ ପଣ୍ଡା । ଏହା ଏକ ହାଲୁକା ଲଢୁଆ ହେଲିକପ୍ଟର । ଏଥିସହ ଭାରତୀୟ ଲଢୁଆ ବିମାନ ତେଜସ ବି ନୀରିକ୍ଷଣ କରିଥିଲେ ବୈଜୟନ୍ତ।
ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ
ଏହି ଅବସରରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ କାର୍ୟ୍ୟରତ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ସେ ପ୍ରଶଂସା କରିଥିଲେ । ଏ ନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କହିଛନ୍ତି ଯେ, ‘‘ଏହା ହେଉଛି ଆତ୍ମନିର୍ଭରଶୀଳ ଭାରତ । ହାଲ ହେଉଛି ଆମର ମହାରତ୍ନ ।’’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747139326.jpg)