• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଦେଶର ପ୍ରାୟ ତୀର୍ଥସ୍ଥଳୀ ମାନଙ୍କରେ କଟକଣା କାରଣରୁ ଭଗବାନଙ୍କ ଦର୍ଶନ ଏକପ୍ରକାର ଅସନ୍ତୋଷ ମଧ୍ୟରେ ଚାଲିଥିଲା । ଦେବଭୂମି କୁହାଯାଉଥିବା ରାଜ୍ୟ ଉତ୍ତରାଖଣ୍ତରେ ଅନେକ ତୀର୍ଥସ୍ଥଳୀ ରହିଛି । ସେଥିମଧ୍ୟରୁ କିଛିଟା ମନ୍ଦିର ବର୍ଷର ଅଧା ଦିନ କବାଟ ବନ୍ଦ ହୋଇ ରୁହେ, ଏହାର କାରଣ ହେଉଛି ପ୍ରବଳ ତୁଷାରପାତ । ଉତ୍ତରାଖଣ୍ତରେ ଚାରିଧାମ କୁହାଯାଉଥିବା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଆଦି ନଭେମ୍ବର ମାସରୁ ମେ ମାସ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥାଏ ।

ତେବେ ବଦ୍ରିନାଥ ଦର୍ଶନ ଲାଗି ମନ୍ଦିରର ଦ୍ୱାର ଖୋଲିଛି । ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି । ଆଜି ଗଙ୍ଗା ସପ୍ତମୀ ଅବସରରରେ ସକାଳ ୬ଟା ୧୫ମିନିଟ୍ ରେ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ସହ ମନ୍ଦିରର ଦ୍ୱାର ଖୋଲାଯାଇଛି ।

ଏହି ଅବସରରେ ସଂପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଇଥିଲା । ଚଳିତ ବର୍ଷ ଦର୍ଶନ ପାଇଁ ଅନୁମତି ମିଳିଥିବାରୁ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା । ଭକ୍ତମାନେ ମନ୍ଦିର ଖୋଲିବା ନେଇ ବେଶ୍ ଖୁସିର ସହ ମନ୍ଦିର ସମ୍ମୁଖରେ ନାଚଗୀତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଗାମୀ ୬ ମାସ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲା ରହିବ ।