Advertisment

୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ‘ଆୟୁଷ୍ମାନ ଭାରତ’

ଦେଶର ସାଢେ ୪ କୋଟି ପରିବାର ଏବଂ ୬ କୋଟିରୁ ଅଧିକ ଲୋକ ସାମିଲ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ashwini Vaishanw

Ashwini Vaishanw

୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର ଲାଭ। ଆଜି କ୍ୟାବିନେଟ୍ ବୈଠକରେ ଏନେଇ ବଡ ନିଷ୍ପତ୍ତି ହୋଇଛି। ଏଣିକି ୭୦ ବର୍ଷରୁ ଅଧିକ ଯେ କୌଣସି ବର୍ଗର ବ୍ୟକ୍ତି ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନାରେ ସାମିଲ ହେବେ। ସେ ଗରିବ ହୁଅନ୍ତୁ ଅବା ମଧ୍ୟମ ବର୍ଗ କିମ୍ବା ଉଚ୍ଚମଧ୍ୟମ ବର୍ଗ, ସମସ୍ତେ କେନ୍ଦ୍ର ସରକାରଙ୍କ ଏହି ମେଗା ହେଲଥ ସ୍କିମ୍ ରେ ୫ ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।

Advertisment

କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଆଜିର ନିଷ୍ପତ୍ତି ପରେ. ଦେଶର ସାଢେ ୪ କୋଟି ପରିବାରର ୬ କୋଟିରୁ ଅଧିକ ବରିଷ୍ଠ ନାଗରିକ ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନାରେ ସାମିଲ ହେବେ।..ସେପଟେ ପ୍ରତିଟି ଭାରତୀୟଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment
Advertisment