ଅଯୋଧ୍ୟାରେ ଆଜିଠାରୁ ହେଲିକପ୍ଟର ସେବା ଆରମ୍ଭ

ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ ।

ଅଯୋଧ୍ୟାରେ ଆଜିଠୁ ହେଲିକପ୍ଟର ସେବା

ଅଯୋଧ୍ୟାରୁ ଆଜିଠାରୁ ଆରମ୍ଭ ହେଲା ହେଲିକପ୍ଟର ସେବା । ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି । ସକାଳୁ ସକାଳୁ ହେଲିକପ୍ଟରର ପୂଜାର୍ଚ୍ଚନା କରାଯାଇଥିଲା । ଅଯୋଧ୍ୟାର ସରଜୁ ନଦୀ କୂଳରେ ଉଡାଣ ଭରି ସୁନ୍ଦରତା ଉପଭୋଗ କରିପାରିବେ ପର୍ଯ୍ୟଟକ ।

ଅଧିକ ପଢ଼ନ୍ତୁ: ୨୦୨୪ ଜାନୁଆରୀରେ ଅଯୋଧ୍ୟାକୁ ବିଜେ କରିବେ ଶ୍ରୀରାମ

ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ । ଏଥିଲାଗି ପ୍ରତି ପର୍ଯ୍ୟଟକଙ୍କୁ ଲାଗି ୩ ହଜାର ଟଙ୍କା ଟିକେଟ ରହିଛି । ହେଲିକପ୍ଟର ଯାତ୍ରା ୭ରୁ ୮ ମିନିଟ ରହିବ ।

ଏକାଥରକେ ୮ ଜଣ ପର୍ଯ୍ୟଟକ ହେଲିକପ୍ଟରରେ ଯାତ୍ରା କରିପାରିବେ । ରାମ ନବମୀ ଅବସରରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି ।