• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଥର ଅଯୋଧ୍ୟାରେ ଭବ୍ୟ ହେବ ଦୀପୋତ୍ସବ । ୧୮ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ରାମ ଜନ୍ମଭୂମି । ରଙ୍ଗାରଙ୍ଗ ଆତସବାଜି ଓ ଲେଜର ସୋ ସାଙ୍ଗକୁ ପ୍ରଦର୍ଶିତ ହେବ ରାମଲୀଳା । ଆଜି ସଂଧ୍ୟାରେ ସରଜୂ ନଦୀ କୂଳରେ ହେବାକୁ ଥିବା ଏହି ଭବ୍ୟ ଏବଂ ବିରାଟ ଦୀପୋତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗତ ୫ ବର୍ଷ ହେଲା ଏଠାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । କେବଳ ନଦୀ ଘାଟରେ ଥିବା ରାମ କି ପୌଡିରେ ଏଥର ୧୮ ଲକ୍ଷ ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି । ଏଥିରେ ୨୨ ହଜାର ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ଏଥିସହ ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି ଆୟୋଜକ । 

ଗତବର୍ଷ ଜଳାଯାଇଥିବା ଦୀପରୁ ଏଥର ୫ ଲକ୍ଷ ଅଧିକ ଦୀପ ଜଳିବ । ପ୍ରଧାନମନ୍ତ୍ରୀ ମୋଦି ରାମଲଲ୍ଲାଙ୍କୁ ପୂଜା ଓ ନୈବେଦ୍ୟ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।  ଏହାପରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ସହ ଆଲୋଚନା କରିବା ସହ ରାମମନ୍ଦିର ନିର୍ମାଣର ଅନୁଧ୍ୟାନ ମଧ୍ୟ କରିବେ । ସେହିପରି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ସାଙ୍କେତିକ ରାଜ୍ୟାଭିଷେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ମୋଦିଙ୍କ ଭବ୍ୟ ସ୍ୱାଗତ ପାଇଁ ଅଯୋଧ୍ୟା ନଗରୀକୁ ଏବେ ନବବଧୂ ଭଳି ସଜାଯାଇଛି ।