Advertisment

ଆତଙ୍କୀଙ୍କ ଟାର୍ଗେଟ୍‌ରେ ଜାମ୍ମୁ-କାଶ୍ମୀର; ସେନା କ୍ୟାମ୍ପରେ ହମଲା, ଚାଲିଛି ସର୍ଚ୍ଚ ଅପରେସନ୍

କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆଜି ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ସେନାର ଅସ୍ଥାୟୀ ଅପରେଟିଂ ବେସ (TOB) ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ପାଞ୍ଚ ଜଣ ଯବାନ ଏବଂ ଜଣେ ସ୍ପେଶାଲ୍ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Jawan killed, 6 injured in separate terror attacks in J&K, encounter underway

Jammu and Kashmi

Advertisment

କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆଜି ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ସେନାର ଅସ୍ଥାୟୀ ଅପରେଟିଂ ବେସ (TOB) ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ପାଞ୍ଚ ଜଣ ଯବାନ ଏବଂ ଜଣେ ସ୍ପେଶାଲ୍ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ଆହତମାନଙ୍କୁ ଚିକିତ୍ସା ପାଇଁ SDH ଭଦର୍ବାହାରେ ଭର୍ତ୍ତି କରାଯାଇଛି। କାଶ୍ମୀର ଟାଇଗର ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଡିଜିପି ଆନନ୍ଦ ଜୈନ କହିଛନ୍ତି, "ଆମର ପଡୋଶୀ ଦେଶ ସବୁବେଳେ ଆମ ଦେଶର ଶାନ୍ତିପୂର୍ଣ୍ଣ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରିଥାଏ। ହିରାନଗର ଆତଙ୍କବାଦୀ ଆକ୍ରମଣ ଏକ ନୂତନ ଅନୁପ୍ରବେଶ ଭଳି ଆଶଙ୍କା କରାଯାଉଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ରିଆସି ବସ୍‌ ହମଲା ଆତଙ୍କୀଙ୍କ ସ୍କେଚ୍ ଜାରି; ସୂଚନା ଦେଲେ ମିଳିବ ୨୦ ଲକ୍ଷ ପୁରସ୍କାର

Advertisment

ଗତ ୩ ଦିନ ଭିତରେ ଜାମ୍ମୁ ଓ କାଶ୍ମୀରରେ ଏହା ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ଗତକାଲି ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଜାମ୍ମୁ ଓ କାଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର କରିଥିଲେ ଯବାନ। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଦୁଇ ଜଣ ଆତଙ୍କବାଦୀ ହଠାତ୍ ଆସି ଗାଁରେ ଗୁଳିଚାଳନା କରିଥିଲେ।ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୁରକ୍ଷାକର୍ମୀ ଏ ସଂପର୍କରେ ଖବର ପାଇବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଏନକାଉଣ୍ଟରରେ ଜଣେଆତଙ୍କବାଦୀକୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ।

ସେହିପରି ଗତ ରବିବାର ଜମ୍ମୁରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କୀ ହମଲା କରିଥିଲେ। ଏଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଥିଲା ।

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ଯୋଜନା ପଣ୍ଡ; ମାଟିତଳ ମରଣଯନ୍ତାରୁ ଅଳ୍ପକେ ବର୍ତ୍ତିଲେ ଯବାନ

Encounter In Jammu And Kashmir Encounter Terrorist Attack Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ