Advertisment

ATM Withdrawal: ମହଙ୍ଗା ହେବ ATMରୁ ଟଙ୍କା ଉଠାଣ, ଫ୍ରି ଲିମିଟ୍ ପରେ ପ୍ରତି ଥର ପାଇଁ ଗଣିବେ ୧୯ ଟଙ୍କା

ମେ’ରୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ। ଅନ୍ୟ ବ୍ୟାଙ୍କରୁ ଉଠାଣ ଲାଗି ଥିବା ଫ୍ରି ଲିମିଟ୍ ପରେ ପ୍ରତି ଆର୍ଥିକ କାରବାର ପାଇଁ ଗ୍ରାହକ ଗଣିବେ ଅତିରିକ୍ତ ୨ ଟଙ୍କାକୁ ମିଶାଇ ୧୯ ଟଙ୍କା। ଏମିତିକି ATMରେ ବାଲାନ୍ସ ଚେକ୍ ପାଇଁ ଏଣିକି ୬ ଟଙ୍କା ବଦଳରେ କଟିବ ୭ ଟଙ୍କା। NPCIର ସୁପାରିଶକ୍ରମେ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ RBIର ଅନୁମୋଦନ ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।

undefined

atm

Advertisment

ମେ’ରୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ। ଅନ୍ୟ ବ୍ୟାଙ୍କରୁ ଉଠାଣ ଲାଗି ଥିବା ଫ୍ରି ଲିମିଟ୍ ପରେ ପ୍ରତି ଆର୍ଥିକ କାରବାର ପାଇଁ ଗ୍ରାହକ ଗଣିବେ ଅତିରିକ୍ତ ୨ ଟଙ୍କାକୁ ମିଶାଇ ୧୯ ଟଙ୍କା। ଏମିତିକି ATMରେ ବାଲାନ୍ସ ଚେକ୍ ପାଇଁ ଏଣିକି ୬ ଟଙ୍କା ବଦଳରେ କଟିବ ୭ ଟଙ୍କା। NPCIର ସୁପାରିଶକ୍ରମେ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ RBIର ଅନୁମୋଦନ ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।

Advertisment

ବାରମ୍ବାର ATMରୁ ଟଙ୍କା ଉଠାଉଛନ୍ତି କି? ଏବେଠୁ ହୋଇଯାଆନ୍ତୁ ସଜାଗ। ନହେଲେ ମେ’ ପହିଲାରୁ ଏଥିପାଇଁ ଗଣିବାକୁ ପଡ଼ିପାରେ ଅଧିକ ଅର୍ଥ। କାରଣ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ ଅନୁମୋଦନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହି ନିଷ୍ପତ୍ତି ଅନୁସାରେ, ମେ’ ୧ରୁ ନିଜ ଆକାଉଣ୍ଟ ଥିବା ବ୍ୟାଙ୍କର ATM ବ୍ୟତୀତ ଅନ୍ୟ ବ୍ୟାଙ୍କର ATMରୁ ମାସକୁ ୫ ଥରର ଫ୍ରି ଉଠାଣ ସୀମା ବାଦ୍ ପ୍ରତିଥର ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅତିରିକ୍ତ ୨ ଟଙ୍କା ଅର୍ଥାତ୍ ୧୯ ଟଙ୍କା। ପୂର୍ବରୁ ଏହା ୧୭ ଟଙ୍କା ରହିଥିଲା।

ଅଧିକ ପଢ଼ନ୍ତୁ;  ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ

ସେହିପରି ATM ଜରିଆରେ ବାଲାନ୍ସ ଚେକ୍ ବା ମିନି ଷ୍ଟେଟମେଣ୍ଟ ଭଳି ଅଣନଗଦ କାରବାର ପାଇଁ ପୂର୍ବରୁ ୬ ଟଙ୍କା କଟୁଥିବା ବେଳେ ଏଣିକି ୭ ଟଙ୍କା ଦେବାକୁ ପଡ଼ିବ। ଏବେ ପ୍ରଶ୍ନ, କାହିଁକି ATM ଇଣ୍ଟରଚେଞ୍ଜ ଫି’ ବଢ଼ାଇଲା RBI। ପୂର୍ବତନ RBI ଅଧିକାରୀଙ୍କ ମତରେ, ୨୦୨୧ ଜୁନ୍ ପରଠାରୁ ATM ଇଣ୍ଟରଚେଞ୍ଜ ଫି’ ବଢ଼ିନି। ଏପଟେ ATM ସେବା ଯୋଗାଣ ସହ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଢେର୍ ବଢ଼ିଛି। ଏଣୁ ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ବୃଦ୍ଧି ଲାଗି ବ୍ୟାଙ୍କଗୁଡ଼ିକ ଦାବି କରିଆସୁଥିଲେ। ସେମାନଙ୍କ ଦାବିକୁ ଗ୍ରହଣ କରି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ବା NPCI ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ବଢ଼ାଇବାକୁ RBIକୁ ସୁପାରିଶ କରିଥିଲା, ଯାହାକୁ କେନ୍ଦ୍ରୀୟ ବ୍ୟାଙ୍କ ଅନୁମୋଦନ କରିଛି।

Advertisment

ତେବେ କିଏ ସହିବ ATM କାରବାର ଫି’ ବୃଦ୍ଧିର ଏ ବୋଝ ? କାହାର ହେବ ଫାଇଦା ? ବ୍ୟାଙ୍କରଙ୍କ ମତରେ, ଏହି ପଦକ୍ଷେପ ଦ୍ବାରା ନିଜ ଘରୋଇ ବ୍ୟାଙ୍କ ଛଡ଼ା ଅନ୍ୟ ବ୍ୟାଙ୍କର ATM ବ୍ୟବହାର କରୁଥିବା ଦେଶର କୋଟି କୋଟି ଗ୍ରାହକ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହେବେ। ସବୁଠୁ ଅଧିକ ବାଧିବ କ୍ଷୁଦ୍ର ବ୍ୟାଙ୍କର ଗ୍ରାହକମାନଙ୍କୁ। କାରଣ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକର ସ୍ବଳ୍ପ ସଂଖ୍ୟକ ଏଟିଏମ୍ ରହିଛି। ସେହି ଗ୍ରାହକମାନେ ଟଙ୍କା ଉଠାଣ ପାଇଁ ମୁଖ୍ୟତଃ ବଡ଼ ବଡ଼ ବ୍ୟାଙ୍କ ATM ଉପରେ ନିର୍ଭର କରିଥାନ୍ତି। ତେଣୁ ଏ ବର୍ଗର ଗ୍ରାହକ ସବୁଠୁ ଅଧିକ ପ୍ରଭାବିତ ହେବେ। RBI ଦ୍ବାରା ଏଟିଏମ୍ କାରବାର ଫି’ ବୃଦ୍ଧି ନିଷ୍ପତ୍ତିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖାଦେଲାଣି ଅସନ୍ତୋଷ।

ଏବେ ଗ୍ରାହକମାନେ ପ୍ରତିମାସରେ ନିଜ ବ୍ୟାଙ୍କ ATM ରେ ୫ ଥର ଓ ଅନ୍ୟ ବ୍ୟାଙ୍କ ATMରେ ୫ ଥର, ଅର୍ଥାତ୍ ମୋଟ ୧୦ ଥର ମାଗଣାରେ ଆର୍ଥିକ କାରବାର କରିପାରୁଛନ୍ତି। ଏହାପରେ ସେମାନଙ୍କୁ ପ୍ରତି କାରବାର ପାଇଁ ଗଣିବାକୁ ପଡ଼ୁଛି ଅତିରିକ୍ତ ଦେୟ। ଏଭଳି କ୍ଷେତ୍ରରେ ଏଟିଏମ୍ ଇଣ୍ଟରଚେଞ୍ଜ ଫି’ରେ ବୃଦ୍ଧି ଗ୍ରାହକଙ୍କୁ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ଆଡ଼କୁ ଆକୃଷ୍ଟ କରିପାରେ ବୋଲି ମତ ଦେଲେଣି ବ୍ୟାଙ୍କର।

Advertisment

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

RBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ