/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678879377.jpg)
Mumbai Triplex
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଘର କିଣିବାର ସ୍ୱପ୍ନ ସମସ୍ତେ ଦେଖନ୍ତି । ହେଲେ ସମସ୍ତଙ୍କ ସ୍ୱପ୍ନ ସାକାର ହୋଇପାରେନି । ଏଠାରେ ଲୋକମାନେ କୋଟି କୋଟି ଟଙ୍କା ଦେଇ କିଣନ୍ତି ଘର । ମୁମ୍ବାଇ ସହରରେ ଗୋଟିଏରୁ ଗୋଟିଏ ମହଙ୍ଗା ଡିଲ୍ ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ । ହେଲେ ଏବେ ଏମିତି କିଛି ହୋଇଛି, ଦେଶର ସବୁ ରେକର୍ଡ ଭାଙ୍ଗିଯାଇଛି । ବର୍ଗ ଫୁଟ ପିଛା ୧.୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଘର । ଦକ୍ଷିଣ ମୁମ୍ବାଇରେ ଥିବା ଗୋଟିଏ ୩ ମହଲା କୋଠା ୨୫୨ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏହି କୋଠାଟି ୧୮ ହଜାର ବର୍ଗ ଫୁଟରେ ଅବସ୍ଥିତ ।
ଦକ୍ଷିଣ ମୁମ୍ବାଇର ୱାଲକେଶ୍ୱର ଠାରେ ଥିବା ଗୋଟିଏ ନିର୍ମାଣାଧୀନ ଟାୱାରରେ ଏହି କୋଠା ରହିଛି । ବିଲଡିଂ କିଣିବା ପାଇଁ ଶିଳ୍ପପତି ନୀରଜ ବଜାଜ ଓ ମାର୍କୋଟେକ ଡେଭଲପର୍ସ (ଲୋଧା ଗ୍ରୁପ) ମଧ୍ୟରେ ଡିଲ୍ ହୋଇଛି ।
ସେହିପରି ଗତମାସରେ ୱର୍ଲି ଲଗଜୁରୀ ଟାୱାରରେ ଥିବା ୩୦ ହଜାର ବର୍ଗ ଫୁଟର ପେଣ୍ଟ ହାଉସକୁ ୨୪୦ କୋଟି ଟଙ୍କାରେ କିଣିଥିଲେ ଶିଳ୍ପପତି ବିକେ ଗୋଏଙ୍କା । ତାହାକୁ ଭାରତର ସବୁଠାରୁ ଦାମୀ ଡିଲ୍ ଭାବେ ପରିଗଣିତ ହୋଇଥିଲା । କିନ୍ତୁ ମାସକ ମଧ୍ୟରେ ବଜାଜ-ଲୋଧା ଗ୍ରୁପ୍ ଡିଲ୍ ଏହି ରେକର୍ଡକୁ କାଟି ଦେଇଛି ।
ବଜାଜ ଗ୍ରୁପର ନିର୍ଦ୍ଦେଶକ ଲୋଧା ମାଲାବାର ଟାୱାରର ସବୁ ଠାରୁ ଉପରେ ଥିବା ତିନି ମହଲା ବୁକ୍ କରିଛନ୍ତି । ଏହି ଭବନ ରାଜ ଭବନ ନିକଟରେ ରହିଛି । ଏହି ଫ୍ଲାଟର ମୂଲ୍ୟ ବର୍ଗଫୁଟ ପ୍ରତି ୧.୪ ଲକ୍ଷ ଟଙ୍କା । ବଜାଜ ଏହି ଫ୍ଲାଟ ପାଇଁ ଟୋକେନ୍ ମନି ଦେଇଥିବାବେଳେ ବାକି ଟଙ୍କା ବୃତ୍ତିଗତ ପ୍ରମାଣପତ୍ର (ଓସି) ପାଇବା ପରେ ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)