Advertisment

ଧରାପଡ଼ିଲା ଚୀନର ଡାହା ମିଛ: ଗଲ୍‌ୱାନ୍‌ ସଂଘର୍ଷରେ ନଦୀରେ ଭାସି ଯାଇଥିଲେ ଚୀନର ୩୮ ସେନା

ଗଲ୍‌ୱାନ୍‌ ସଂଘର୍ଷରେ ମରିଥିଲେ ଚୀନ ସେନାର ଅନେକ ସୈନିକ। ଗୋଟି କି ଦୁଇ ଜଣ ନୁହେଁ ମରିଥିଲେ ଚୀନର ୩୮ ଜଣ PLA(People's Liberation Army) ସୈନିକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Galwan Clash

Galwan Clash

ସତ ହେଲା ଭାରତୀୟ ସେନାର ଦାବି। ଗଲ୍‌ୱାନ୍‌ ସଂଘର୍ଷରେ ମରିଥିଲେ ଚୀନ ସେନାର ଅନେକ ସୈନିକ। ଜଣେ କି ଦୁଇ ଜଣ ନୁହେଁ ମରିଥିଲେ ଚୀନର ୩୮ ଜଣ PLA(People's Liberation Army) ସୈନିକ। ଆଉ ପୂର୍ବ ଲଦାଖର ଗଲୱା଼ନ୍ ଘାଟିରେ ଚୀନକୁ ଲାଗିଥିଲା ଶକ୍ତ ଝଟ୍‌କା। ମୃତଦେହ ସବୁ ଗଲ୍‌ୱାନ୍‌ ନଦୀରେ ଭାସି ଯାଇଥିଲା। ଏଭଳି କିଛି ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା କରିଛି ଅଷ୍ଟ୍ରେଲିଆ ଖବରକାଗଜ ସଂସ୍ଥା ‘ଦ କ୍ଲାକ୍ସନ୍’(The Klaxon)। ‘ଗଲ୍‌ୱାନ୍‌ ଡିକୋଡେଡ୍‌’ ନାଁରେ ଛପା ଯାଇଥିବା ଏହି ରିପୋର୍ଟକୁ Independent ସୋସିଆଲ ମିଡିଆ ରିସଚ୍ଚର୍ସ ଟିମ୍‌ ପ୍ରସ୍ତୁତ କରିଛନ୍ତି।

Advertisment

ଗଲୱାନ୍‌ ସଂଘର୍ଷରେ ୪ ଜଣ ଚୀନର PLA ସୈନିକଙ୍କ ମୃତ୍ୟୁ ନୁହେଁ ବରଂ ଏହାଠୁ ଢେର ଅଧିକ ପ୍ରାଣ ହରାଇଥିଲେ। ଭାରତୀୟ ସେନା ସହ ମୁହାଁମୁହିଁ ହେବା ପରେ ଚୀନର ୩୮ ଜଣ ସୈନିକ ପ୍ରାଣ ହରାଇଥିଲେ। ଚୀନର ସ୍ୱୀକାରୋକ୍ତି ତୁଳନାରେ ୯ ଗୁଣା ଅଧିକ ସୈନିକ ମୃତ୍ୟୁବରଣ କରିଛନ୍ତି। ବର୍ଷେ ଧରି ଅନୁଧ୍ୟାନ ପରେ ‘ଦ କ୍ଲାକ୍ସନ’ ଏହି ରିପୋର୍ଟ ପ୍ରକାଶ କରିଛି। ଫଳରେ ପୁଣି ଥରେ ବିଶ୍ୱ ସମ୍ମୁଖରେ ଚୀନର ମିଛ ପଦାକୁ ଆସିଛି। ଯାହା ପରେ ଚୀନ ନିନ୍ଦିତ ଓ ଲଜ୍ଜିତ ହୋଇଛି।

ସୂଚନାଥାଉ କି, ୨୦୨୦ ଜୁନ୍‌ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱା଼ନ୍ ଘାଟିରେ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ବୀର ଭାରତୀୟ ଯବାନ ସହିଦ ହୋଇଥିଲେ। ଲୁହା କଣ୍ଟାରେ ଯବାନଙ୍କୁ ଆକ୍ରମଣ କରିଥିଲେ ଚୀନ ସେନା। ହେଲେ ବିନା ଅସ୍ତ୍ରଶସ୍ତ୍ରରେ ଚୀନ ସେନାକୁ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଇଥିଲେ।  

Advertisment

ସେଦିନ ଗଲ୍‌ୱାନ୍‌ ନଦୀରେ ୩୮ ଜଣ ଚୀନ ସୈନିକଙ୍କ ମୃତଦେହ ଭାସିଥିଲା। ଚୀନର ଏକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ହେଲେ ଚୀନ ୪ ଜଣ PLA ସୈନିକଙ୍କ ମୃତ୍ୟୁ ଘଟଣା ସ୍ୱୀକାର କରିଥିଲା। ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା ? କେଉଁ କାରଣ ପାଇଁ ସଂଘର୍ଷ ହେଲା ? ଏନେଇ ଅନେକ ତଥ୍ୟ ବେଜିଂ ଲୁଚାଇଥିବା ଜଣାପଡ଼ିଛି। ରିପୋର୍ଟରେ ଏସବୁ ପ୍ରକାଶ ପାଇଛି। ହେଲେ ଦୁନିଆ ସାମ୍ନାରେ ଚୀନ ମନଗଢ଼ା କାହାଣୀ କହିଛି। ଏପରିକି ଚୀନ ଅଧିକାରୀମାନେ ଅନେକ ବ୍ଲଗ୍‌ ଓ ପେଜ୍‌ ମଧ୍ୟ ହଟାଇ ଦେଇଥିଲେ। ହେଲେ ଚୀନର ଡିଜିଟାଲ୍‌ ମିଡିଆରେ ପ୍ରକାଶିତ ରିପୋର୍ଟ ଅନ୍ୟ କିଛି କାହାଣୀ କହୁଥିବା ଦେଖିବାକୁ ମିଳିଛି।  

Indian Chinese Soldiers Clash Chinese Soldiers Galwan Clash Galwan Valley
Advertisment
Advertisment