• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୩ ରାଜ୍ୟରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟୟରେ ୯ଟି ଜିଲ୍ଲାର ୫୫ଟି ସିଟ୍‌ରେ ମତଦାନ ଚାଲିଥିବାବେଳେ ଉତ୍ତରାଖଣ୍ଡର ୭୦ ଓ ଗୋଆରେ ୪୦ଟି ସିଟ୍‌ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।

ପାଞ୍ଚ ରାଜ୍ୟ ଭିତରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି । ଉତ୍ତରପ୍ରଦେଶରେ ଦ୍ୱିତୀୟ ପଯର୍ଯ୍ୟା ମତଦାନ ହେଉଛି । ଆଜି ଉତ୍ତର ପ୍ରଦେଶର ୯ଟି ଜିଲ୍ଲାରେ ୫୫ଟି ବିଧାନସଭା ଆସନରେ ମତଦାନ ହେଉଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଏହା ସଂଧ୍ୟା ୬ଟା ଯାଏ ଚାଲିବ । ଶାହରନପୁର, ବିଜନୋର୍, ମୋରାଦାବାଦ୍, ସମ୍ବଲ, ରାମପୁର, ଆମରୋହା, ବଦାଉଁ, ବରେଲି ଓ ଶାହଜାନପୁର ଜିଲ୍ଲାରେ ଭୋଟ୍ ଗ୍ରହଣ ହେଉଛି ।

ମତଦାନ ହେଉଥିବା ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ମୁସଲିମ୍ ବହୁଳ ବିଶେଷ କରି ବରେଲବି ଓ ଦେଓବନ୍ଦ ସିଟ୍ ରହିଛି । ୦୧୭ରେ ଏହି ୫୫ଟି ଆସନରୁ ବିଜେପି ୩୮ଟିରେ ବିଜୟୀ ହୋଇଥିଲା ସେହିପରି ସମାଜବାଦୀ ପାର୍ଟି ୧୫ଟି ଓ କଂଗ୍ରେସ ୨ଟି ଆସନ ପାଇଥିଲା ।

ହେଲେ ଏଥର ଆଜିର ଆସନଗୁଡ଼ିକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଇଁ ଲିଟମସ୍ ଟେଷ୍ଟ ହେବ ବୋଲି କୁହାଯାଉଛି । ଆଜି ହେଉଥିବା ନିର୍ବାଚନର ଆସନରେ ସମାଜବାଦୀ ପାର୍ଟିର ଜେଲ୍‌ରେ ଥିବା ନେତାଆଜାମ୍‌ ଖାଁ, ବିଜେପି ଛାଡ଼ି ସମାଜବାଦୀ ପାର୍ଟିକୁ ଯାଇଥିବା ଧରମ ସିଂହ ସାଇନି ଓ ଯୋଗୀଙ୍କ କ୍ୟାବିନେନ୍‌ର ମନ୍ତ୍ରୀ ସୁରେଶ ଖାନ୍ନାଙ୍କ ସମେତ ୫୫୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଅନ୍ୟପକ୍ଷେ, ଆଜି ଉତ୍ତରାଖଣ୍ଡରେ ମଧ୍ୟ ସମସ୍ତ ୭୦ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଭୋଟିଂ ଜାରି ରହିବ । ମତଦାନ ପାଇଁ ବୁଥ୍ ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ତରାଖଣ୍ଡରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୧୦୦ଟି ବୁଥ୍ ପ୍ରସ୍ତୁତ କରାଯାଇଛି । ରାଜ୍ୟରେ ବିଜେପି ଶାସନ ବିରୋଧରେ ସରକାର ବିରୋଧି ହାଓ୍ୱା ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢୁଥିବାରୁ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଏହାସହ ଭେଟେରାନ ହରୀଶ ରାଓ୍ୱାତ କଂଗ୍ରେସର ନେତୃତ୍ୱ ଭାର ନେଇଛନ୍ତି ।

ସେହିପରି, ଆଜି ଗୋଆରେ ସମସ୍ତ ୪୦ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ କରାଯାଉଛି । ସକାଳ ପ୍ରାୟ ୭ଟାରୁ ବୁଥ୍‌ ଗୁଡ଼ିକରେ ମତଦାନ ଆରମ୍ଭ ହୋଇଛି । ଗୋଆର ରାଜ୍ୟପାଳ ପିଏସ୍. ଶ୍ରୀଧରନ ପିଲାଇ ପତ୍ନୀ ରୀତା ଶ୍ରୀଧରନଙ୍କ ସହ ଟେଲେଇଗୋ ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୧୫ରେ ମତଦାନ କରିଛନ୍ତି । ସକାଳୁ ସକାଳୁ ରାଜ୍ୟପାଳ ଓ ତାଙ୍କ ଧର୍ମ ପତ୍ନୀ ବୁଥ୍‌ରେ ପହଞ୍ଚି ଭୋଟ୍ ଦେଇଛନ୍ତି ।

ଏହାସହ ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ଏବଂ ତାଙ୍କ ପତ୍ନୀ ଗୋଆ ଭାସ୍କୋ ଡା ଗାମା ଆସନର ୭ ନମ୍ବର ବୁଥ୍ରେ ମତଦାନ କରିଛନ୍ତି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୧୦୦ଟି ବୁଥ୍ କରାଯାଇଛି । ଗୋଆରେ ବିଜେପି, କଂଗ୍ରେସ, ଟିଏମ୍ସି ଓ ଆପ୍ ମଧ୍ୟରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ଚାଲିଛି । ଗୋଆର ୪୦ଟି ଆସନରେ ୩୦୧ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।