Advertisment

ତ୍ରିପୁରାରେ ବିଜେପିକୁ ମିଳିଲା ବହୁମତ, ନାଗାଲାଣ୍ଡରେ ବି ଆଗରେ...ମେଘାଳୟରେ NPP ମଜବୁତ୍‌

ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବା ବେଳେ ନାଗାଲାଣ୍ଡରେ ବିଜେପି-ଏନ୍‌ଡିପିପି ମେଣ୍ଟ ମ୍ୟାଜିକ୍‌ ନମ୍ବର ଛୁଇଁଛି। ସେହିପରି ମେଘାଳୟରେ ଏନ୍‌ପିପି ୨୫ଟି ଆସନରେ ଆଗୁଆ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tripura, Meghalaya, Nagaland Election Results 2023

BJP Leads In Tripura And Nagaland

ଉତ୍ତର ପୂର୍ବାଞ୍ଚଳର ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗଣତି ଚାଲିଛି। ଏଥିସହ ୪ଟି ରାଜ୍ୟର ୫ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍‌ ଗଣତି ହେଉଛି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବା ବେଳେ ନାଗାଲାଣ୍ଡରେ ବିଜେପି-ଏନ୍‌ଡିପିପି ମେଣ୍ଟ ମ୍ୟାଜିକ୍‌ ନମ୍ବର ଛୁଇଁଛି। ସେହିପରି ମେଘାଳୟରେ ଏନ୍‌ପିପି ୨୫ଟି ଆସନରେ ଆଗୁଆ ରହିଛି।

Advertisment

ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା ତା’ହେଲେ ତ୍ରିପୁରାରେ ୬୦ ଆସନରୁ ବିଜେପି ୩୩ଟି ଆସନରେ ଆଗୁଆ ଥିବାବେଳେ ବାମ ମେଣ୍ଟ ୧୬ଟି ଆସନ, ଆଞ୍ଚଳିକ ଦଳ- ଟିଏମ୍‌ପି ୧୦ଟି ଆସନରେ ଆଗୁଆ ରହିଛି। ନାଗାଲାଣ୍ଡରେ ୬୦ ଆସନରୁ ବିଜେପି-ଏନ୍‌ଡିପିପି ମେଣ୍ଟ ୩୪ ଆସନରେ ଆଗୁଆ ଥିବାବେଳେ ଏନ୍‌ପିଏଫ୍‌ ୨, କଂଗ୍ରେସ ୩ ଓ ଅନ୍ୟାନ୍ୟ ଦଳ ୧୯ ଆସନରେ ଆଗୁଆ ରହିଛି। 

ସେହିପରି ମେଘାଳୟରେ ୬୦ ଆସନରୁ ଏନ୍‌ପିପି ୨୬ ଆସନରେ ଆଗୁଆ ଥିବାବେଳେ ବିଜେପି ୫, କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ୨୩ଟି ଆସନରେ ଆଗୁଆ ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ଜଣାପଡ଼ୁଛି ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ପୁଣିଥରେ କ୍ଷମତାକୁ ଫେରି ସରକାର ଗଠନ କରିବାର ସମ୍ଭାବନା ରହିଛି। 

Advertisment

ଏକଜିଟ୍ ପୋଲରେ ତ୍ରିପୁରାରେ ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି। ନାଗାଲାଣ୍ଡରେ ବିଜେପି ଓ ଏନ୍‌ଡିପିପି ମେଣ୍ଟ କ୍ଷମତାକୁ ଆସିବେ। ଅନ୍ୟପକ୍ଷେ, ମେଘାଳୟରେ ଝୁଲା ବିଧାନସଭା ହୋଇପାରେ ବୋଲି ଆକଳନ ହୋଇଛି। ଚଳିତବର୍ଷ ଆଉ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ତିନି ରାଜ୍ୟର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। 

Assembly Polls Assembly Election Result
Advertisment
Advertisment