Advertisment

By-polls On June 19: ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ:୧୯ରେ ଭୋଟିଂ, ୨୩ରେ ରେଜଲ୍ଟ

ବାଜିଲା ବିଗୁଲ । ୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ହେବାକୁ ଯାଉଛି ଉପନିର୍ବାଚନ । ୧୯ ଜୁନରେ ମତଦାନ ହେବ । ୨୩ରେ ଫଳାଫଳ ପ୍ରକାଶ ପାଇବ । କେଉଁ ରାଜ୍ୟର କେଉଁ ଆସନ ଖାଲି ପଡିଛି ଆସନ୍ତୁ ଜାଣିବା ।

ଅଦ୍ୟତନ ହୋଇଛି
By-polls in four states

By-polls in four states

Advertisment

୪ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ଉପନିର୍ବାଚନ । ୫ ଟି ସିଟ୍ ପାଇଁ ହେବ ମତଦାନ । ୧୯ ଜୁନରେ ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଉପନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ହେଲା ଗୁଜରାଟ, କେରଳ, ପଞ୍ଜାବ ଓ ପଶ୍ଚିମବଙ୍ଗ । ଗୁଜରାଟର ୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । କଡି ଓ ବିସାବଦର ଆସନ ଖାଲି ପଡ଼ିଛି । କଡି ବିଧାୟକ କର୍ସନଭାଇ ପଞ୍ଜାଭାଇ ସୋଲଙ୍କୀଙ୍କ ବିୟୋଗ ହୋଇଥିବାରୁ ଏହି ଆସନ ଖାଲି ପଡିଛି । ସେହିପରି ବିସାବଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ଭୟାନୀ ଭୂପେନ୍ଦ୍ରଭାଇଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡିଛି । 

Advertisment

ସେହିପରି କେରଳର ନିଲାମ୍ବୁରରୁ ବିଧାୟକ ଥିବା ପିଭି ଅନୱାର ଇସ୍ତଫା ଦେଇଥିଲେ । ଯେଉଁଥିପାଇଁ ଏହି ଆସନ ଖାଲି ପଡିଛି । ସେହିପରି ପଞ୍ଜାବ ଲୁଧିଆନା ପଶ୍ଚିମ ଆସନରୁ ବିଧାୟକ ହୋଇଥିବା ଗୁରପ୍ରୀତ ବାସୀ ଗୋଗୀଙ୍କ ବିୟୋଗ ପରେ ଆସନ ଖାଲି ପଡିଛି। ପଶ୍ଚିମବଙ୍ଗ କାଳିଗଞ୍ଜରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନସିରୁଦ୍ଦିନ ଅହମ୍ମଦଙ୍କ ବିୟୋଗ ପରେ ଖାଲି ପଡିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ୨୩ରେ ଫଳାଫଳ ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ :  ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ, ଜୁନ ୨୩ରେ ନୁହେଁ...

Election Commission Bypolls Byelections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ