Advertisment

Ban on Beef: ଆସାମ ସରକାରଙ୍କ ବଡ଼ ଘୋଷଣା; ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଓ ଖାଇବାରେ କଟକଣା

ଆସାମରେ ଗୋମାଂସ ଉପରେ ଲାଗିଲା କଟକଣା। ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଉପରେ ନିଷେଧାଦେଶ ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
ban on beef

ban on beef

Advertisment

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ଗୋମାଂସ ଉପରେ ନିଷେଧାଦେଶ ଜାରି କଲେ ହିମନ୍ତ ସରକାର। ରାଜ୍ୟ କ୍ୟାବିନେଟ ବୈଠକରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ସୂଚନା ଦେଇଛନ୍ତି। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ। ଏହା ଉପରେ କଟକଣା ଲଗାଯାଇଛି।

Advertisment

ଗତକାଲି ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ଗୋମାଂସ ବ୍ୟାନ ନେଇ ନିଷ୍ପତ୍ତି ହୋଇଛି। ଗୋମାଂସ ବିକ୍ରି ଉପରେ ଥିବା ଆଇନରେ ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସାମ ମନ୍ତ୍ରୀ ପୀୟୁଷ ହଜାରିକା ଏକ ପୋଷ୍ଟ କରି ରାଜ୍ୟ କଂଗ୍ରେସକୁ ଆହ୍ବାନ କରିବା ସହିତ ଗୋମାଂସ ପ୍ରତିବନ୍ଧକକୁ ସ୍ଵାଗତ କର ନଚେତ ପାକିସ୍ତାନ ଚାଲିଯାଅ ବୋଲି କହିଛନ୍ତି।

Advertisment

ସେ କହିଛନ୍ତି ଯେ ପୂର୍ବରୁ କେବଳ ମନ୍ଦିର ନିକଟରେ ଗୋମାଂସ ଖାଇବାକୁ ବାରଣ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଆମେ ଏହାକୁ ପୁରା ରାଜ୍ୟରେ ବ୍ୟାନ କରାଯାଇଛି। ରାଜ୍ୟରେ ଗୋମାଂସ ପରସିବା ଏବଂ ଖାଇବା ଉପରେ ନେଇ କଠୋର ଆଇନ ରହିଛି। ମାତ୍ର ହୋଟେଲ, ରେଷ୍ଟୁରାଣ୍ଟ, ଧାର୍ମିକ ତଥା ସର୍ବସାଧାରଣ କାର୍ଯ୍ୟରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୌସି ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇବା ଏବଂ ପରିବେଷଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଆଇନକୁ ଅଧିକ କଠୋର କରିବାକୁ ନିଷ୍ପତ୍ତି ନେଇଛୁ।

ଡିସେମ୍ବର ୭ରେ ମଧ୍ୟାହ୍ନ ୧୨ଟା ସମୟରେ ଆସାମ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ଆସାମ କଂଗ୍ରେସ ସାଂସଦ ରାକିବୁଲ ହୁସେନ୍ ନାଗାଓଁ ଜିଲ୍ଲାର ସାମଗୁରୀ ନିର୍ବାଚନମଣ୍ଡଳୀରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗୋମାଂସ ପାର୍ଟି ଆୟୋଜନ କରିଥିବା ଅଭିଯୋଗ କରିଥିଲେ। ଏହାର ଜବାବରେ ହିମନ୍ତ ବିଶ୍ୱଶର୍ମା କହିଥିଲେ ଯଦି ଆସାମ କଂଗ୍ରେସ ସଭାପତି ତାଙ୍କୁ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଚିଠି ଲେଖନ୍ତି ତେବେ ସେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Devendra Fadnavis: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ୍‌, ସାମିଲ ହେବେ ପ୍ରଧାନମନ୍ତ୍ରୀ

ତେବେ ସମୟରେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଡ ହାଫିଜ ରଫିକୁଲ୍ ଇସଲାମ କହିଛନ୍ତି ଯେ ଲୋକମାନେ କଣ ଖାଇବେ କିମ୍ବା ପିନ୍ଧିବେ ତାହା କ୍ୟାବିନେଟ ସ୍ଥିର କରିବା ‌ଅନୁଚିତ। ଗୋଆରେ ବିଜେପି ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇ ପାରିବ ନାହିଁ, ସେମାନେ ଉତ୍ତର-ପୂର୍ବ ରାଜ୍ୟରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ, ତେବେ ଆସାମରେ କାହିଁକି?

ଆସାମରେ କେଉଁ ନିୟମ ରହିଛି ?

ଆସାମ ଗୋସଂରକ୍ଷଣ ଆଇନ ୨୦୨୧ ଅନୁଯାୟୀ ରାଜ୍ୟରେ ଗୋମାଂସ ଖାଇବା ବେଆଇନ ନୁହେଁ। କିନ୍ତୁ ହିନ୍ଦୁ, ଜୈନ ଏବଂ ଶିଖମାନେ ଅଧିକାଂଶ ସ୍ଥାନରେ ମନ୍ଦିର କିମ୍ବା ମଠର ପାଞ୍ଚ କିଲୋମିଟର ମଧ୍ୟରେ ଗୋହତ୍ୟା ଏବଂ ଗୋମାଂସ ବିକ୍ରୟ ଉପରେ ନିଷେଧାଦେଶ ରହିଛି। ଭାରତର ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ହିନ୍ଦୁ । ହିନ୍ଦୁମାନେ ଗାଈକୁ ପୂଜା କରନ୍ତି। ଏହି କାରଣରୁ ଦୀର୍ଘ ଦିନ ଧରି ଦେଶରେ ଗୋମାଂସ ଉପରେ ନିଷେଧାଦେଶ ଲାଗି ରହିଆସିଛି।

କେତେକ ରାଜ୍ୟରେ ଏହାକୁ ବାରଣ କରାଯାଉଥିବା ବେଳେ ଏମିତି ଅନେକ ରାଜ୍ୟ ଅଛି ଯେଉଁଠାରେ ଗୋମାଂସ ବିକ୍ରୟ ଆଇନଗତ ଭାବରେ ଅନୁମତିପ୍ରାପ୍ତ । ଏହି ରାଜ୍ୟଗୁଡ଼ିକରେ କେରଳ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍ ଏବଂ କେନ୍ଦ୍ରଶାସିତ ଅଂଚଳ ଲାକ୍ଷାଦ୍ୱୀପ ଅନ୍ତର୍ଭୁକ୍ତ। ଯେଉଁ ରାଜ୍ୟରେ ଗୋମାଂସ ସମ୍ପୂର୍ଣ୍ଣ ନିଷେଧ ହୋଇଛି ସେଥିରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ଦିଲ୍ଲୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ଅନ୍ତର୍ଭୁକ୍ତ।

Assam Himanta Biswa Sarma Beef
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ