Advertisment

ଆସାମରେ ବିଗିଡୁଛି ବନ୍ୟା ସ୍ଥିତି, ୨୫ ଜିଲ୍ଲାର ୧୧ ଲକ୍ଷ ଲୋକ ହନ୍ତସନ୍ତ

ଆସାମରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି...

author-image
Otv Khabar Bureau
Assam gets hit by Flood, Lakhs of People affected in Districts

Assam gets hit by Flood, Lakhs of People affected in Districts

ଆସାମରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି । ଗତ କିଛି ଦିନ ମଧ୍ୟରେ ଲଗାତାର ବର୍ଷା ରାଜ୍ୟର ଅଧିକାଂଶ ଅଞ୍ଚଳରେ ବିଭୀଷିକା ସୃଷ୍ଟି କରିଛି । ରାଜ୍ୟର ୨୫ଟି ଜିଲ୍ଲାର ଅତି କମରେ ୧୧ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଛି ନୂତନଭାବେ ଗଠିତ ହୋଇଥିବା ବାଜାଲି ଜିଲ୍ଲା ଏବଂ ନାଗାରେ ସ୍ଥିତି ଅତି ସଙ୍ଗୀନ ହେବାରେ ଲାଗିଛି । ବ୍ରହ୍ମପୁତ୍ର ଏବଂ ଗୌରାଙ୍ଗ ନଦୀରେ ଜଳ ସ୍ତର କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାର ଅଧିକାରୀମାନେ କହିଛନ୍ତି ।

Advertisment

ସେହିପରି ନାଗାଓଁର କାମ୍ପୁରରେ ବନ୍ୟା ପରିସ୍ଥିତି ଆହୁରି ଖରାପ ହୋଇଛି । କୋପିଲି ନଦୀ ପ୍ରବାହିତ ହେଉଥିବାରୁ ହୋଜାଇର ୪୬ଟି ଗାଁ, କର୍ବି ଆଙ୍ଗଲଙ୍ଗରେ ୫ଟି, ନାଗାଓଁର କାମ୍ପୁର ଏବଂ ରୋହର ୧୨ଟି ଗାଁ ଅଧିକ ପ୍ରଭାବିତ ହୋଇଛି । ହୋଜାଇରେ ମୋଟ ୪୦ ହଜାର ୮୫୬, ନାଗାଓଁ ଜିଲ୍ଲାର ଏକ ହଜାର ୧୨୬ ଏବଂ କାର୍ବି ଆଙ୍ଗଲଙ୍ଗରେ ୧ ହଜାର ୯୦୮ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡିଛି । କେବଳ କାମରୂପରେ ୭୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନ ମିଳିଛି ।

ତେବେ ବନ୍ୟା ଯୋଗୁ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ଆଉ କିଛି କିଛି ସ୍ଥାନରେ ରାସ୍ତାରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ବହୁ ସଂଖ୍ୟାରେ ଲୋକେ ଫସି ରହିଛନ୍ତି । ପାହାଡ଼ ତଳି ଅଞ୍ଚଳରେ ରାସ୍ତା ଧୋଇ ହୋଇ ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

Advertisment
Assam Flood
Advertisment
Advertisment