• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୪୬ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କୁମାର

୪୬ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କୁମାର । ଆଜି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ।

ଅଶ୍ୱନୀ କୁମାର କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଦଳ ବାହାରେ ରହି ମୋର ସମ୍ମାନକୁ ବଜାୟ ରଖି ବୃହତ୍ତର ଜାତୀୟ ସ୍ୱାର୍ଥ ପାଇଁ କାମ କରିପାରିବି । ଏବେ କଂଗ୍ରେସ ଯେମିତି ଚାଲିଛି, ସେଥିରେ ସ୍ୱାଭିମାନ ଓ ‌ଆତ୍ମସମ୍ମାନର ସହିତ କଂଗ୍ରେସରେ ରହିହେବ ନାହିଁ ।

ଦଳ ଆଉ ଆଗର କଂଗ୍ରେସ ହୋଇ ରହିନାହିଁ ଦଳକୁ ନେତୃତ୍ୱ ଦେବା ଭଳିଆ ଦକ୍ଷ ନେତା ଆଉ ନାହାନ୍ତି । ତେବେ ସେ ରାଜନୀତି ଛାଡ଼ି ନାହାନ୍ତି କି ପବ୍ଲିକ ସର୍ଭିସରୁ ଓହରି ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଅଶ୍ୱନୀ କୁମାର ।

୨୦୦୯ରୁ ୨୦୧୪ ଯାଏ ମନମୋହନ ସିଂହ ସରକାରରେ ମନ୍ତ୍ରୀ ଥିଲେ ଅଶ୍ୱନୀ କୁମାର । ଗାନ୍ଧି ପରିବାରର ସେ ଅତି ଘନିଷ୍ଠ ଥିଲେ । କିଛି ଦିନ ତଳେ ଉତ୍ତର ପ୍ରଦେଶର ଜଣେ ବଡ ନେତା ଆରପିଏନ ସିଂଙ୍କୁ ହରାଇବାର ସପ୍ତାହେ ପରେ କଂଗ୍ରେସରୁ ଏହା ହେଉଛି ଆଉ ଜଣେ ବଡ ନେତାଙ୍କ ପ୍ରସ୍ଥାନ ।