Advertisment

ଅଶୋକ ଗେହଲଟଙ୍କୁ ମିଳିବନି କଂଗ୍ରେସ ମୁଖିଆ ପଦ

ବିଧାୟକଙ୍କ ବିଦ୍ରୋହ ସେହି ଯୋଜନାରେ ପାଣି ପକାଇ ଦେଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Ashok Gehlot

Ashok Gehlot

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମହଙ୍ଗା ପଡ଼ିଲା ବିଦ୍ରୋହ। ତାଙ୍କ ଉପରେ ଗାନ୍ଧି ପରିବାର ଖପ୍ପା। ରାଜସ୍ଥାନ ସଂକଟ ପାଇଁ ଅଶୋକ ଗେହଲଟ କ୍ଷମା ମାଗିଥିଲେ ମଧ୍ୟ ଏହା ହାଇକମାଣ୍ଡଙ୍କୁ ଖୁସି କରିପାରିନି। ଚର୍ଚ୍ଚା ହେଉଛି, ଏବେ ଅଶୋକ ଗେହଲଟ କଂଗ୍ରେସ ସଭାପତି ହେବାର ସମ୍ଭାବନା କମ୍। 

Advertisment

କଂଗ୍ରେସର ଲଗାମ ହସ୍ତାନ୍ତର ପାଇଁ ଗାନ୍ଧି ପରିବାରର ପ୍ରଥମ ପସନ୍ଦ ଥିଲେ ବିଶ୍ୱସ୍ତ ଅଶୋକ ଗେହଲଟ କିନ୍ତୁ ରାଜସ୍ଥାନ ସଂକଟ ପରେ ଚିତ୍ର ବଦଳିଛି। ଏବେ ରେସରେ କେସି ବେଣୁଗୋପାଳ, ଦିଗବିଜୟ ସିଂହ ଓ ମଲ୍ଲିକାର୍ଜୁନ ଖର୍ଗେ। ଗାନ୍ଧି ପରିବାରର ଯୋଜନା ଅନୁସାରେ ଅଶୋକ ଗେହଲଟ କଂଗ୍ରେସର ଜାତୀୟ ସଭାପତି ହୋଇଥାନ୍ତେ ଏବଂ ସଚିନ ପାଇଲଟ ହୋଇଥାନ୍ତେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ।

ବିଧାୟକଙ୍କ ବିଦ୍ରୋହ ସେହି ଯୋଜନାରେ ପାଣି ପକାଇ ଦେଇଛି।  ଏହି ବିଦ୍ରୋହ ପଛରେ ଗେହଲଟଙ୍କ ହାତ ଥିବାର ସନ୍ଦେହ କରୁଛନ୍ତି ଗାନ୍ଧି ପରିବାର। ସୋନିଆ ଗାନ୍ଧିଙ୍କୁ ଭେଟି ରାଜସ୍ଥାନ ପରିସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ମଲ୍ଲିକାର୍ଜୁନ ଖର୍ଗେ ଓ ଅଜୟ ମାକନ। ଉଭୟଙ୍କଠାରୁ ଏକ ଲିଖିତ ରିପୋର୍ଟ ମାଗିଛନ୍ତି ସୋନିଆ। ସେପଟେ ଗେହଲଟଙ୍କ ସମର୍ଥକ ଗୋଷ୍ଠୀ ସଚିନଙ୍କୁ କଟାକ୍ଷ କରି କହିଛନ୍ତି, କୌଣସି ପରିସ୍ଥିତିରେ ବିଶ୍ୱାସଘାତକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ନାହିଁ। 

Advertisment
Congress Ashok Gehlot Congress President Election
Advertisment
Advertisment