/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664265304.jpg)
Dadasaheb Phalke Award
ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ଚଳିତ ବର୍ଷର ସମ୍ମାନଜନକ 'ଦାଦା ସାହେବ ଫାଲକେ ପୁରସ୍କାର' ପାଇବେ ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖ। ଆଶା ପାରେଖଙ୍କ ବୟସ ୭୯ ବର୍ଷ। ୧୯୪୨ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୧ରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ଆୱାର୍ଡ, ୨୦୦୨ରେ ଫିଲ୍ମଫେୟାର ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ। ଅଭିନୟ ପାଇଁ ତାଙ୍କୁ ୧୯୯୨ରେ ପଦ୍ମଶ୍ରୀ ଆୱାର୍ଡ ଦିଆଯାଇଥିଲା।
ଷାଠିଏ ଓ ସତୁରୀ ଦଶକରେ ଆଶା ପାରେଖଙ୍କ ଅଭିନୀତ ଫିଲ୍ମ ସୁପରହିଟ ହୋଇଥିଲା। ମାତ୍ର ୧୦ ବର୍ଷ ବୟସରୁ ସେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ୧୯୫୨ରେ 'ମା' ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ତାଙ୍କର ଅଭିନୟ ସମସ୍ତଙ୍କୁ ବିମୋହିତ କରିଥିଲା।
ପରେ ନାସିର ହୁସେନ୍ଙ୍କ ଫିଲ୍ମ 'ଦିଲ୍ ଦେକେ ଦେଖୋ'ରେ ମୁଖ୍ୟ ନାୟିକା ଭାବେ ନଜରକୁ ଆସିଥିଲେ। ପରେ 'ଯବ୍ ପ୍ୟାର୍ କିସି ସେ ହୋତା ହେ', 'ଫିର୍ ୱ ଦିଲ୍ ଲାୟା ହୁଁ', 'ତିସ୍ରି ମଞ୍ଜିଲ୍', 'ବାହାରୋଁ କି ସପ୍ନେ', 'ପ୍ୟାରକା ମୌସମ୍', 'ଦୋ ବଦନ୍', 'ମେ ତୁଲସୀ ତେରେ ଆଙ୍ଗନ୍ କି', 'କଟି ପତଙ୍ଗ'ରେ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)