Sameer Wankhede
ଆର୍ୟନଙ୍କୁ ଆଶ୍ୱସ୍ତି, ସମୀରଙ୍କ ବଢିଲା ଅଡୁଆ । ମୁମ୍ବାଇ କ୍ରୁଜ ମାମଲାରେ ଆର୍ୟନ ଖାନଙ୍କୁ ଏନସିବି କ୍ଲିନ୍ ଚିଟ୍ ଦେବା ପରେ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂତ୍ର ଅନୁଯାୟୀ ଆର୍ୟନ ଖାନଙ୍କ ଡ୍ରଗ୍ ଜବତ ମାମଲାରେ ପୂର୍ବତନ ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କ ଭୁଲ ଅନୁସନ୍ଧାନର ଯାଞ୍ଚ ପାଇଁ କମ୍ପିଟେଣ୍ଟ ଅଥରିଟିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନକଲି ଜାତି ପ୍ରମାଣପତ୍ର ଅଭିଯୋଗ ମାମଲାରେ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ସରକାର ପୂର୍ବରୁ ଯାଞ୍ଚ ଆଦେଶ ଦେଇଛନ୍ତି । ଏନସିପି ନେତା ନବାବ ମଲିକ ସେତେବେଳେ ଓ୍ବାଙ୍ଖଡେଙ୍କ ବିରୋଧରେ ନକଲି ଜାତି ପ୍ରମାଣପତ୍ର ଦେଇ ଚାକିରୀ ହାସଲ କରିଥିବା ଅଭିଯୋଗ କରିଥିଲେ ।
୨୩ ବର୍ଷୀୟ ଆର୍ୟନଙ୍କୁ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଅକ୍ଟୋବର ୩ ତାରିଖରେ ଗିରଫ କରିଥିଲା । ଏହାପରେ ଅକ୍ଟୋବର ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ରହିଥିଲେ ୨୬ ଦିନ ପରେ ଶେଷରେ ବମ୍ବେ ହାଇକୋର୍ଟ । ତାଙ୍କୁ ଅକ୍ଟୋବର ୨୮ରେ ଜାମିନ ପ୍ରଦାନ କରିଥିଲେ ।
ଜାମିନ ମିଳିବାର ଦୁଇ ଦିନ ଅର୍ଥାତ ଅକ୍ଟୋବର ୩୦ରେ ଆର୍ୟନ ଘରକୁ ଫେରିଥିଲେ । ପରେ ଡ୍ରଗ୍ସ୍-ଅନ୍-କ୍ରୁଜ୍ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆର୍ଯ୍ୟନଙ୍କୁ କେତକ ସର୍ତ୍ତ ଭିତ୍ତିରେ ବମ୍ବେ କୋର୍ଟ ଜାମିନ ମଞ୍ଜୁର କରିଥିଲେ । ୧୪ଟି ସର୍ତ୍ତ ରଖି ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ମଞ୍ଜୁର କରିଥିଲେ ।
ସେଗୁଡ଼ିକ ଥିଲା ପୁଲିସକୁ ନଜଣାଇ ମୁମ୍ବାଇରୁ ବାହାରକୁ ଯାଇ ପାରିବେନି, ପ୍ରତି ଶୁକ୍ରବାର ଏନସିବିରେ ହାଜର ହେବେ, ପୁନର୍ବାର ସେଭଳି କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ, ମାମଲା ଅଭିଯୁକ୍ତ ହୋଇଥିବା ବନ୍ଧୁ ଅର୍ବାଜ୍ ମର୍ଚାଣ୍ଟଙ୍କ ସହ ଯୋଗାଯୋଗ କରିବେ ନାହିଁ କି, ଗଣମାଧ୍ୟମକୁ କିଛି କହିବେ ନାହିଁ ।
ଏନସିବି ଜୋନାଲ୍ ଡାଇରେର ସମୀର ଓ୍ୱାଙ୍ଖଡେ ପ୍ରଥମେ ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଥିଲେ । ତାଙ୍କୁ ନେଇ ବିବାଦ ଦେଖାଦେବା ପରେ ଏନସିବି ଦିଲ୍ଲୀ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍-SIT ଏହାର ତଦନ୍ତ ଦାୟିତ୍ୱ ନେଇଥିଲା । ଏନସିବିର ଡେପୁଟି ଡାଇରେକ୍ଟର ସଞ୍ଜୟ କୁମାର ସିଂଙ୍କ ନେତୃତ୍ୱାଧୀନ ଏସଆଇଟି ଘଟଣାର ଯାଞ୍ଚ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)