• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତକୁ ୧ ନମ୍ବର କରିବା ମିଶନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିଓ୍ୱାଲ । ଆଜି କେଜ୍ରିଓ୍ୱାଲ ମେକ ଇଣ୍ଡିଆ ନଂ ୧ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିସହ କାର୍ଯ୍ୟକ୍ରମରେ ସବୁ ଭାରତୀୟଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । କେଜ୍ରିଓ୍ୱାଲ ଏହି କାର୍ଯ୍ୟକ୍ରମ ପାଇଁ ଦେଶର ବିଭିନ୍ନ ପ୍ରାନ୍ତକୁ ଗସ୍ତ କରିବା ସହ ସାଧାରଣ ଲୋକଙ୍କୁ ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

ସ୍ୱାଧୀନତା ୭୫ ବର୍ଷ ପରେ ବି ଦେଶବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଏହି ମିଶନ ହାତକୁ ନେଇଥିବା କେଜ୍ରିଓ୍ୱାଲ କହିଛନ୍ତି । ଏଥିସହ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବେ ବୋଲି କହିଛନ୍ତି । କେଜ୍ରଓ୍ୱାଲ କହିଛନ୍ତି, ଏହା କୌଣସି ରାଜନୈତିକ ଦଳର ଲକ୍ଷ୍ୟ ନୁହେଁ ,ଏହା ଏକ ଜାତୀୟ ତଥା ଦେଶର ମିଶନ ।

ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ପୂରା ଦେଶର ଲୋକ ଏକାଠି ହୋଇଥିଲେ । ଏବେ ଦେଶର ୧୩୦ କୋଟି ଲୋକ ଏକାଠି ହୋଇ ଭାରତକୁ ପୁଣିଥରେ ମହାନ କରିବା ଦରକାର । ଏହି ମିଶନରେ ଦେଶର ପ୍ରତିଟି ନାଗରିକ ସାମିଲ ହେବା ଉଚିତ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ସେକଥା ଜଣାନାହିଁ । କିନ୍ତୁ ଦେଶବାସୀଙ୍କ ପାଇଁ ମାଗଣା ଓ ଉତ୍ତମ ଶିକ୍ଷାର ବ୍ୟବସ୍ଥା କରିବାକୁ ପଡ଼ିବ । ଭାରତକୁ ୧ନଂ କରିବା ପାଇଁ କେଜ୍ରିଓ୍ୱାଲ ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳକୁ ତାଙ୍କ ମିଶନରେ ସାମିଲ ହେବାକୁ ନିମନ୍ତ୍ରଣ କରଛନ୍ତିଁ ।