• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଧାରା ୩୭୦ ଏବେ ଇତିହାସ, ଆଉ ଫେରିବାର ନାହିଁ । ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଧାରା ୩୭୦ ଥିବା ବେଳେ, କିଛି ସରକାର ବିଚ୍ଛିନ୍ନତାବାଦୀଙ୍କ ଆଗରେ ମୁଣ୍ଡ ନୂଆଁଉଥିଲେ । କିନ୍ତୁ ଏହାର ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ନିଷ୍ପତ୍ତି ଜାମ୍ମୁ ଓ କାଶ୍ମୀରରେ ଶାନ୍ତି, ପ୍ରଗତି ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଛି । ଏଥିସହ ଭାରତ ଇତିହାସରେ ଜାମ୍ମୁ-କାଶ୍ମୀର ପାଇଁ ବିଗତ ୧୦ ବର୍ଷର କାଳଖଣ୍ଡ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯିବ ବୋଲି କହିଛନ୍ତି ଶାହ ।

ଜାମ୍ମୁ-କାଶ୍ମୀରରେ ଆସନ୍ତା ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ବେଳେ, ଆଜି ଉନ୍ମୋଚିତ ହୋଇଛି ବିଜେପିର ସଂକଳ୍ପ ପତ୍ର । ଏଥିରେ ୨୫ଟି ପ୍ରତିଶ୍ରୁତି ଦେଇଛି ଦଳ । ସେଥିରେ ମାଆ ସମ୍ମାନ ଯୋଜନାରେ ପ୍ରତି ପରିବାରର ସବୁଠୁ ବରିଷ୍ଠ ମହିଳାଙ୍କୁ ବର୍ଷକୁ ୧୮ ହଜାର ଟଙ୍କା, ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କୁ ବର୍ଷକୁ ୨ଟି ମାଗଣା ଗ୍ୟାସ୍ ସିଲିଣ୍ଡର୍, ପଣ୍ଡିତ ପ୍ରେମନାଥ ଡୋଗ୍ରା ରୋଜଗାର ଯୋଜନାରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି, ପ୍ରଗତି ଶିକ୍ଷା ଯୋଜନାରେ କଲେଜ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୩ ହଜାର ଟଙ୍କାର ଯାତାୟାତ ଖର୍ଚ୍ଚ, ଡାଲ୍ ହ୍ରଦକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯିବ ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦର ମୂଳପୋଛ କରି ଜାମ୍ମୁ ଓ କାଶ୍ମୀରକୁ ବିକାଶ ଓ ପ୍ରଗତିରେ ଆଗୁଆ କରାଯିବ ବୋଲି ସଂକଳ୍ପ ପତ୍ରରେ ସ୍ଥାନିତ ହୋଇଛି ।

ଏଥିସହ ୧୦୦ଟି ଜରାଜୀର୍ଣ୍ଣ ମନ୍ଦିରର ପୁନରୁଦ୍ଧାର, ବେଆଇନ ରୋହିଙ୍ଗିଆ ଓ ବାଂଲାଦେଶୀ ସମସ୍ୟାର ସମାଧାନ, କାଶ୍ମୀରୀ ପଣ୍ଡିତଙ୍କ ପୁନର୍ବାସ ଓ ଥଇଥାନ ଆଦି ମଧ୍ୟ ବିଜେପି ସଂକଳ୍ପ ପତ୍ରରେ ସ୍ଥାନ ପାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now