• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏମ୍ସ ପକ୍ଷରୁ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଝଟକା । ବର୍ତ୍ତମାନା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କର୍ତ୍ତୃପକ୍ଷଙ୍କ ଏଭଳି ସୂଚନା ଦେଇଛନ୍ତି । ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ହୋଇନି, ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ପରୀକ୍ଷା ପର ଆଜି ହିଁ ତାଙ୍କୁ ଡିସଚାର୍ଜ କରାଯିବ । ତାଙ୍କର ଯାହା କିଛି ପୁରୁଣା ରୋଗ ଥିଲା ଏବେ ଅବସ୍ଥା ସ୍ଥିତି ଭଲ ରହିଛି । ବର୍ତ୍ତମାନ ପାର୍ଥ ଚାଟାର୍ଜୀଙ୍କ ରିପୋର୍ଟ କୋଲକାତା ହାଇକୋର୍ଟରେ ଦାଖଲ କରାଯିବ ।

ଆଜି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଛି ଇଡି । ଆଜି କୋଲକାତାରୁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଗିରଫ ପରେ ପାର୍ଥ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ନେବାକୁ ଅନୁମିତ ଦେଇଥିଲେ କୋଲକାତା ହାଇକୋର୍ଟ ।

ପଶ୍ଚିମବଙ୍ଗରେ ସରକାରୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଲିଙ୍କରେ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟି ଟଙ୍କା ଜବତ ପରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପରେ ତାଙ୍କୁ ରିମାଣ୍ଡରେ ନେଇଥିଲା ଇଡି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ କୋଲକାତାର SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ସମୟରେ ଟିକେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଏମ୍ସରେ ଥିବା କିଛି ଲୋକ ମନ୍ତ୍ରୀଙ୍କୁ ଦେଖି ଆକ୍ଷେପ କରିଥିଲେ ।