/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696090279.jpg)
Indian Army
ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ । ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧ ପାଇଁ ପ୍ରସ୍ତୁତ ଲାଗି ଅତୀତର ସହାୟତା ନେବ ଭାରତୀୟ ସେନା । ଏଥିପାଇଁ ଶାସନ କୌଶଳ, ରଣନୀତି, କୂଟନୀତି ଏବଂ ଲଢେଇରେ ଅତୀତରେ ଥିବା ଭାରତର ବୁଦ୍ଧିମତାର ସହାୟତା ନେବ । ପ୍ରାଚୀନ ଗ୍ରନ୍ଥରେ ଥିବା ଶାସନ କଳା ଏବଂ ରଣନୀତି ଚିନ୍ତାଧାରାର ଅଧ୍ୟୟନ କରିବ ଭାରତୀୟ ସେନା ।
Advertisment
ପ୍ରୋଜେକ୍ଟ ଉଦଭବ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆର୍ମି ଟ୍ରେନିଂ କମାଣ୍ଡ ଏବଂ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଏନେଇ ଏକ କର୍ମଶାଳା ଅୟୋଜିତ ହୋଇଥିଲା । ଏଥିରେ ପ୍ରାଚୀନ ଯୁଦ୍ଧ କଳାକୌଶଳ, ଯୁଦ୍ଧ ସମ୍ପର୍କିତ ଐତିହାସିକ ଗ୍ରନ୍ଥ ଏବଂ ଜଟିଳ କୌଟିଲ୍ୟ ନୀତି ଉପରେ ଫୋକସ କରି ଆଲୋଚନା କରାଯାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)