• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜମ୍ମୁକାଶ୍ମୀର ରଜୌରୀରେ ଏନକାଉଣ୍ଟରରେ ବେଳେ ଦେଶ ପାଇଁ ଜୀବନ ଦେଇଛି ସେନାର କୁକୁର କେଣ୍ଟ( Brave Dog Kent ) । ଆତଙ୍କବାଦୀ ମାନେ ଲୁଚିଥିବା ଖବର ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଅପରେସନ କରାଯାଇଥିଲା । ୨୧ ଆର୍ମି ଡଗ୍ ୟୁନିଟର ଲାବ୍ରାଡର କୁକୁର କେଣ୍ଟ ଆଗରେ ରହି ସେମାନଙ୍କୁ ବାଟ ଦେଖାଉଥିଲା ।

ଆତଙ୍କବାଦୀମାନେ କିଛି ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦେହରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । କିନ୍ତୁ ଏହି ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହୋଇଥିଲା କେଣ୍ଟ । ଗୁଳିମାଡରେ ୬ ବର୍ଷର କେଣ୍ଟ ଦେଶ ପାଇଁ ଜୀବନ ଦେଇଥିଲା । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ...

ସୂଚନା ଅନୁସାରେ, ଗତକାଲି ରଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ। ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆତଙ୍କୀଙ୍କ ଗୁଳି ବିନିମୟରେ 'କେଣ୍ଟ'ର ମୃତ୍ୟୁ ଘଟିଥିବା ଜମ୍ମୁ ଜୋନର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି।