• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜମ୍ମୁ କାଶ୍ମୀର କୁଲଗାମ ଅଞ୍ଚଳରୁ ଯବାନ ନିଖୋଜ ଥିବାର ସୂଚନା ମିଳିଛି । ଜାବେଦ ଅହମ୍ମଦ ୱାନି ନାମକ ଯବାନଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଯବାନ ଜାଭେଦ ଅହମ୍ମଦ ୱାନୀଙ୍କ କାରରୁ ରକ୍ତ ଛିଟା ପଡିଥିବା ଦେଖାଦେଇଛି । ଘଟଣାପରେ ସେନା ପକ୍ଷରୁ ଯବାନଙ୍କୁ ଖୋଜିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେନାର ଯବାନ ଜାଭେଦ ଅହମ୍ମଦ ୱାନୀ ଲଦାଖରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିଲେ। ତେବେ କିଏ ଆଉ କାହିଁକି ତାଙ୍କୁ ଅପହରଣ କରିଛି, ସେନେଇ କିଛି ସୁରାକ ମିଳିନି । ଅନ୍ୟପଟେ ଯବାନଙ୍କ ପରିବାର ସଦସ୍ୟ ତାଙ୍କୁ ଛାଡ଼ିଦେବା ଲାଗି ଆକୁଳ ନିବେଦନ କରିଛନ୍ତି ।

ସୂଚନାନୁଯାୟୀ ରାତି ପ୍ରାୟ ୮ ଟା ସମୟରେ ପାରାନହଲ ଗାଁରେ ତାଙ୍କ କାର୍ ଥିବା ଦେଖିବାକୁ ପାଇଥିଲେ । କିନ୍ତୁ କାରରେ ଜାଭେଦ ନଥିଲେ । ଅନଲକ୍ ହୋଇଥିବା କାର୍‌ରେ ଜାଭେଦଙ୍କ ଚପଲ ଏବଂ ରକ୍ତ ଦାଗ ଦେଖିବାକୁ ପାଇଥିଲେ ପରିବାର ଲୋକ । ଏନେଇ ଅଭିଯୋଗ କରିବା ପରେ ଭାରତୀୟ ସେନା ଏବଂ ପୋଲିସ ଜାଭେଦଙ୍କ ସନ୍ଧାନ ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରା ବନ୍ଦୀ କରି ଖୋଜାଖୋଜି କରାଯାଉଛି ।