• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସହଜ ହେବ ଦୁର୍ଗମ ଅଞ୍ଚଳରେ ଅପରେସନ । ସେନାକୁ ସହାୟତା କରିବ ଅତ୍ୟାଧୁନିକ ୪ ପାଦ ବିଶିଷ୍ଟ ଯନ୍ତ୍ର । ଏହାକୁ ମଲ୍ଟି ୟୁଟିଲିଟି ଲେଗଡ ଇକ୍ୟୁପମେଣ୍ଟ(MULE) ବୋଲି କୁହାଯାଉଛି । ଏହି ଯନ୍ତ୍ରରେ କ୍ୟାମେରା ଓ ରାଡର ଖଂଜା ଯାଇଛି । ଏଥିରେ ୧୨ କିଲୋଗ୍ରାମ ଓଜର ପେଲୋଡ ରହିଛି ।

ଏହାକୁ ୱାଇଫାଇ କିମ୍ବା ଲଙ୍ଗ ଟର୍ମ ଇଭୋଲ୍ୟୁସ ଦ୍ୱାରା ନିୟନ୍ତ୍ରଣ ହୋଇପାରିବ । ନିକଟ ଅଞ୍ଚଳରେ କାର୍ଯ୍ୟ କରିବାକୁ ୱାଇଫାଇ ଓ ୧୦ କିଲୋମିଟର ରେଂଜ ଭିତରେ କାମ କରିବାକୁ LTE ବ୍ୟବହାର କରାଯିବ । ଏହାକୁ ରିମୋଟ କଣ୍ଟ୍ରୋଲରେ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଥର୍ମାଲ କ୍ୟାମେରା ମଧ୍ୟ ଲଗାଯାଇପାରିବ । ଏହି ଯନ୍ତ୍ର ସବୁ ପ୍ରକାର ସ୍ଥିତି ଓ ଅଞ୍ଚଳରେ ବ୍ୟବହାର କରାଯାଇପାରିବ ।

ଏମିତି କି ବରଫାବୃତ୍ତ ହେଉ କି ପାହାଡ଼ ଏହା ସହଜରେ କାର୍ଯ୍ୟ କରିବ । ୪୫ ଡିଗ୍ରୀ ତିଖ ପାହାଡ଼ ଚଢ଼ି ପାରିବ । କୌଣସି ଅଜଣା ସ୍ଥାନରେ ଅପରେସନ ବେଳେ ଶତ୍ରୁର ଠିକଣା ଓ ସଠିକ ସ୍ଥାନ ନିରୂପଣ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ଏହି ଯନ୍ତ୍ରରେ ଲାଗିଥିବା ୩୬୦ ଡିଗ୍ରୀ କ୍ୟାମେରା ଏସବୁର ତଥ୍ୟ ଦେବ । ଭାରତୀୟ ସେନାର ନର୍ଦ୍ଦନ କମାଣ୍ଡ ପକ୍ଷରୁ ଏହାକୁ ପ୍ରଦର୍ଶିତ କରାଯାଇଛି ।