• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସହଜ ହେବ ଦୁର୍ଗମ ଅଞ୍ଚଳରେ ଅପରେସନ । ସେନାକୁ ସହାୟତା କରିବ ଅତ୍ୟାଧୁନିକ ୪ ପାଦ ବିଶିଷ୍ଟ ଯନ୍ତ୍ର । ଏହାକୁ ମଲ୍ଟି ୟୁଟିଲିଟି ଲେଗ୍‌ଡ ଇକ୍ୟୁପମେଣ୍ଟ ବୋଲି କୁହାଯାଉଛି । ଏହି ଯନ୍ତ୍ରରେ କ୍ୟାମେରା ଓ ରାଡାର ଖଂଜା ଯାଇଛି । ଏଥିରେ ୧୨ କିଲୋଗ୍ରାମ ଓଜନର ପେଲୋଡ ରହିଛି । ଏହା ୱାଇଫାଇ କିମ୍ବା ଲଙ୍ଗ ଟର୍ମ ଇଭୋଲ୍ୟୁସ ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ।

ନିକଟ ଅଞ୍ଚଳରେ କାର୍ଯ୍ୟ କରିବାକୁ ୱାଇଫାଇ ଓ ୧୦ କିଲୋମିଟର ରେଂଜ ଭିତରେ କାମ କରିବାକୁ LTE ବ୍ୟବହାର କରାଯିବାର ବ୍ୟବସ୍ଥା ଏଥିରେ ରହିଛି । ଏହାକୁ ରିମୋଟ କଣ୍ଟ୍ରୋଲରେ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଥର୍ମାଲ କ୍ୟାମେରା ମଧ୍ୟ ଲଗାଯାଇପାରିବ ।

ଏହି ଯନ୍ତ୍ରକୁ ସବୁ ପ୍ରକାର ସ୍ଥିତି ଓ ଅଞ୍ଚଳରେ ବ୍ୟବହାର କରାଯାଇପାରିବ । ଏମିତିକି ବରଫାବୃତ୍ତ ଅଞ୍ଚଳ ହେଉ କି ପାହାଡ଼, ଏହା ସହଜରେ କାର୍ଯ୍ୟ କରିବ । ଏହା ୪୫ ଡିଗ୍ରୀ ତିଖ ପାହାଡ଼ ବି ଚଢ଼ି ପାରିବ । କୌଣସି ଅଜଣା ସ୍ଥାନରେ ଅପରେସନ ବେଳେ ଶତ୍ରୁର ଠିକଣା ଓ ସଠିକ ସ୍ଥାନ ନିରୂପଣ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ଏହି ଯନ୍ତ୍ରରେ ଲାଗିଥିବା ୩୬୦ ଡିଗ୍ରୀ କ୍ୟାମେରା ଏସବୁର ତଥ୍ୟ ଦେବ । ଭାରତୀୟ ସେନାର ନର୍ଦ୍ଦନ କମାଣ୍ଡ ପକ୍ଷରୁ ଏହାକୁ ପ୍ରଦର୍ଶିତ କରାଯାଇଛି ।