• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଗ୍ନିପଥ ଯୋଜନାରେ ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ଡିସେମ୍ବରରେ ଟ୍ରେନିଂ ଦିଆଯିବ । କେନ୍ଦ୍ରର ନୂଆ ଯୋଜନାକୁ ନେଇ ଜୋରଦାର ପ୍ରତିବାଦ ମଧ୍ୟରେ ଆସନ୍ତା ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ୨୦୨୨ ମସିହାରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ଅନେକ ଯୁବକଙ୍କୁ ସୁଯୋଗ ଦେବ । ଯେଉଁମାନେ ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିଲେ, ସେମାନେ ନୂଆ ଯୋଜନାରେ ନିଯୁକ୍ତି ପାଇବେ । 

ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ନିଯୁକ୍ତି ହୋଇପାରିନି । ଏଥି ସହିତ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି, ଆସନ୍ତା ଶୁକ୍ରବାର ଜୁନ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ । ଏହା ପରେ ସେନା ନିଯୁକ୍ତିର ବିସ୍ତୃତ କାର୍ଯ୍ୟକ୍ରମ ପ୍ରକାଶ ପାଇବ । ସେହିପରି ଭାରତୀୟ ସେନାରେ 'ଅଗ୍ନିବୀର' ଭାବରେ ଯୋଗଦେବାକୁ ସେନା ମୁଖ୍ୟ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ସେନା ମୁଖ୍ୟ ଏକ ବିବୃତ୍ତିରେ କହିଛନ୍ତି , ବୟସ ସୀମା ବୃଦ୍ଧି କରିବାର ନିଷ୍ପତ୍ତି ପରେ ଅନେକ ଯୁବକଙ୍କୁ ଦେଶସେବା ପାଇଁ ସୁଯୋଗ ମିଳିବ । ଯେଉଁମାନେ COVID-19 ସତ୍ତ୍ୱେ ନିଯୁକ୍ତି ରାଲିରେ ଯୋଗଦେବାକୁ ପ୍ରସ୍ତୁତ ହେଉଥିଲେ, ସେମାନଙ୍କ ପାଇଁ ସୁଯୋଗ ଆଣିବ ।

କେମିତି ହେବ ଭର୍ତ୍ତି ?

  • ନିଯୁକ୍ତି ପାଇଁ ତିନି ସେନାରେ ଅନଲାଇନ୍‌ ସେଣ୍ଟ୍ରାଲାଇଜ୍‌ ସିଷ୍ଟମ୍‌ ଜରିଆରେ ଏନରୋଲମେଣ୍ଟ କରାଯିବ । ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ  ଅନୁଷ୍ଠିତ ହେବ ।
  •  ସେନାରେ ନିଯୁକ୍ତ ସମସ୍ତ ଯୁବକଙ୍କ ପାଇଁ ଶାରୀରିକ ଏବଂ ଚିକିତ୍ସା ପରୀକ୍ଷା ମଧ୍ୟ ନିଆଯିବ। ଦଶମ ଏବଂ ଦ୍ୱାଦଶ ପାସ୍ ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ ।
  • ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ତିନି ବାହିନୀ ଠାରୁ ପୃଥକ ହେବ ଅଗ୍ନିବୀର ପଦବୀ । ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ ବର୍ଷ ହେବ ।
  • ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ତେବେ ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ ।

ଚାରି ବର୍ଷ ପରେ କ’ଣ ହେବ ?

  • ଯେଉଁମାନେ ୪ ବର୍ଷ ପରେ ଅବସର ନେବେ ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ ।
  • ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି ସେନାରେ କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ ।
  • ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ । ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ ।
  • ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ମଧ୍ୟ କରିପାରିବେ ।