Advertisment

Operation Sindoor: ବିକାନେରରୁ ପିଏମ୍ ମୋଦିଙ୍କ ସିଂହ ଗର୍ଜନ; କହିଲେ, ୨୨ ମିନିଟରେ ଭାରତ ନେଲା ଏପ୍ରିଲ୍ ୨୨ର ବଦଲା

ସିନ୍ଦୂର, ବାରୁଦ, ବର୍ଡର ଓ ଆତଙ୍କବାଦ । ପହଲଗାମ ଆତଙ୍କୀ କାଣ୍ଡର ମାସ ପୂର୍ତ୍ତିରେ ରାଜସ୍ଥାନ ବିକାନେର ମାଟିରୁ ଆତଙ୍କୀଦେଶ ପାକିସ୍ତାନ ବିରୋଧରେ ମୋଦିଙ୍କ ସିଂହ ଗର୍ଜନ ।

ଅଦ୍ୟତନ ହୋଇଛି
ପାକିସ୍ତାନ...ଏଥର ସମ୍ଭାଳ

ପାକିସ୍ତାନ...ଏଥର ସମ୍ଭାଳ

Advertisment

ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ ନେଲା ଭାରତ । ପହଲଗାମ୍ ଲୋମହର୍ଷକ ଆତଙ୍କୀ କାଣ୍ଡକୁ ଆଜି ମାସେ ପୂରିଥିବା ବେଳେ ରାଜସ୍ଥାନରେ ଏଭଳି ସିଂହନାଦ ସହ ପାକିସ୍ତାନକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଆଗକୁ ପ୍ରତିଟି ଆତଙ୍କୀ ହମଲା ପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ହେବ । ସମୟ ଓ ପଦ୍ଧତି ସେନା ନିର୍ଦ୍ଧାରଣ କରିବ, ସର୍ତ୍ତ ବି ଆମର ରହିବ ।

Advertisment

ସିନ୍ଦୂର, ବାରୁଦ, ବର୍ଡର ଓ ଆତଙ୍କବାଦ । ପହଲଗାମ ଆତଙ୍କୀ କାଣ୍ଡର ମାସ ପୂର୍ତ୍ତିରେ ରାଜସ୍ଥାନ ବିକାନେର ମାଟିରୁ ଆତଙ୍କୀଦେଶ ପାକିସ୍ତାନ ବିରୋଧରେ ମୋଦିଙ୍କ ସିଂହ ଗର୍ଜନ । ଅପରେସନ୍ ସିନ୍ଦୂରରେ ସେନାର ସୌର୍ଯ୍ୟକୁ ସଲାମ୍ କରି ପିଏମ୍ ମୋଦି କହିଛନ୍ତି ୨୨ ତାରିଖ ପହଲଗାମ୍ ଆତଙ୍କୀ ନରସଂହାରର ବଦଲାକୁ ୨୨ ମିନିଟରେ ନେଇଛି ଭାରତ । ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କ’ଣ ହୁଏ ତାହା ସାରା ବିଶ୍ବ ଦେଖିଛି । ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ ସେମାନଙ୍କୁ ଆମେ ମାଟିରେ ପୋତିଦେଇଛୁ ।

ଅଧିକ ପଢ଼ନ୍ତୁ: ସ୍ୱାମୀଙ୍କୁ ସନ୍ଦେହ କରି ଫେକ ଆକାଉଣ୍ଟରୁ କରୁଥିଲେ ଚାଟ୍, ମହିଳା ଗିରଫ

Advertisment

ପ୍ରଥମେ, ଆମେ ସେମାନଙ୍କ ଘରେ ପଶି କରି ଆକ୍ରମଣ କରିଥିଲୁ ଏବେ ଆମେ ସେମାନଙ୍କ ଛାତିରେ ଆକ୍ରମଣ କରିଛୁ । ଏହା ଆତଙ୍କବାଦର ପ୍ରଶଂସକଙ୍କୁ ଧ୍ୱଂସ କରିବାର ନୀତି ଓ ରଣନୀତି ବୋଲି ସ୍ପଷ୍ଟ କରି ଭାରତର ପ୍ରହାରରେ ପାକିସ୍ତାନର ରହିମ୍ ୟାର ଖାନ୍ ଏୟାରବେସ୍ ଏବେ ଆଇସିୟୁରେ ପଡ଼ିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୋଦିଙ୍କ ଧମନୀରେ ରକ୍ତ ନୁହେଁ ଗରମ ସିନ୍ଦୂର ବହୁଛି ବୋଲି କହି ପାକିସ୍ତାନକୁ ଭାରତର ଅଧିକାର ଥିବା ପାଣି ମିଳିବ ନାହିଁ, ବିଶ୍ବର କୌଣସି ଶକ୍ତି ବି ଭାରତର ଏ ପ୍ରତିଜ୍ଞାକୁ ବଦଳାଇ ପାରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ପାକିସ୍ତାନର ଭବିଷ୍ୟତ ଆତଙ୍କୀ କାରନାମା ପ୍ରତି ଆହୁରି କଡ଼ା ଚେତାବନୀ ସହ ନାଲି ଲକ୍ଷ୍ମଣ ରେଖା ବି ଟାଣିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଅପରେସନ୍ ସିନ୍ଦୂର ଆମକୁ ୩ଟି ସୂତ୍ର ଶିଖାଇଛି । ପ୍ରଥମତଃ ଏଣିକି ପ୍ରତି ଆତଙ୍କୀ ହମଲାର କଡ଼ା ଜବାବ ଦିଆଯିବ । ଦ୍ବିତୀୟତଃ ପରମାଣୁ ବୋମାର ବ୍ଲାକମେଲିଂ ଆଉ ଚାଲିପାରିବନି । ତୃତୀୟରେ ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଆଖିରେ ଦେଖାଯିବନି ।

Advertisment

ଗତମାସ ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀର ପହଲଗାମ୍‌ର ବୈସାରନ୍ ଭ୍ୟାଲିରେ ଆତଙ୍କୀଙ୍କ ଭୟଙ୍କର ନରସଂହାରରେ ଲିଭିଯାଇଥିଲା ୨୬ ପର୍ଯ୍ୟଟକଙ୍କ ଜୀବନ । ଧର୍ମ ପଚାରି ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ଉଜାଡ଼ି ଥିଲେ ଆତଙ୍କବାଦୀ । ସାରା ବିଶ୍ବକୁ ସ୍ତବ୍ଧ କରିଥିବା ଏହି ନରକୀୟ କାଣ୍ଡ ପାଇଁ ଲସ୍କରର କାଶ୍ମୀରୀ ପ୍ରକ୍ସି TRF ନିଜକୁ ଦାୟୀ କରିଥିଲେ ବି, ଏଥିରେ ପାକିସ୍ତାନୀ ଆତଙ୍କୀଙ୍କ ସିଧାସଳଖ ସଂପୃକ୍ତି ଜାଣିବାକୁ ପାଇଥିଲା NIA । ସେନା କାଶ୍ମୀର ଘାଟିର ଚପ୍ପା ଚପ୍ପା ସର୍ଚ୍ଚ ଅପରେସନ୍ କରିବା ଭିତରେ, କେଉଁ ଆତଙ୍କୀର ଘର ଉଡ଼ିଥିଲା, ତ ଆଉ କାହାର ମୁଣ୍ଡ ଗଡ଼ିଥିଲା ।

ତେବେ ଇଏ ତ ଥିଲା ଆରମ୍ଭ ମାତ୍ର । ଏହା ପରେ ଆତଙ୍କୀ ହମଲାର ଠିକ୍ ଦୁଇ ସପ୍ତାହ ପରେ ମେ ୬-୭ ରାତିରୁ ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂରର ପ୍ରଚଣ୍ଡ ପ୍ରହାରରେ ପିଓକେ ଓ ପାକିସ୍ତାନ ମାଟିରେ ନଅ ନଅଟି ଟେରର କ୍ୟାମ୍ପ ମାଟିରେ ମିଶିବା ସହ ତ୍ରାହି ତ୍ରାହି ଡାକିଥିଲା ପାକିସ୍ତାନ। ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ଆତଙ୍କୀଦେଶର ୧୩ଟି ବାୟୁସେନା ଘାଟି ଓ ସାମରିକ ପ୍ରତିଷ୍ଠାନ। ମେ ୧୦ରେ ପାକିସ୍ତାନ ଗୁହାରି କରିବା ପରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଛି ସତ ଏବେ ବି ସରିନି ଅପରେସନ୍ ସିନ୍ଦୂର । ଆଗକୁ ପୁଣି ମୁଣ୍ଡ ଉଠାଇବ ତ ଗଡ଼ିବ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ମାଓ ଅପରେସନର ସଫଳ ଚିତ୍ର, ନାରାୟଣପୁରରେ ପହଞ୍ଚିଲା ମାଓନେତା ବାସବରାଜୁର ମୃତଦେହ

Narendra Modi Pahalgam Terrorist Attack Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ