• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଆଜ ଫସଲରେ ନିଆଁ ଲଗାଇଦେଲେ ଚାଷୀ । ହାଡ଼ଭଙ୍ଗା ପରିଶ୍ରମ ପରେ ଉଚିତ୍‌ ଦାମ୍‌ ନମିଳିବାରୁ ସେ ଏପରି କଠୋର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସରକାରଙ୍କ ଉପରେ ଅସନ୍ତୁଷ୍ଟ ପ୍ରକାଶ କରି ମହାରାଷ୍ଟ୍ର ନାଶିକର ଜଣେ ଚାଷୀ ନିଜ ପିଆଜ ଫସଲକୁ ଜାଳି ଦେଇଛନ୍ତି । ମାସାଧିକ କାଳ ଧରି ମାଟି ସହ ମାଟି ହୋଇ ପିଆଜ ଚାଷ କରିଥିଲେ ମଧ୍ୟ ଅମଳ ବେଳକୁ ଫଳ ଶୂନ ।

ନାଶିକର ୟେଓଲା ଅଞ୍ଚଳର ଚାଷୀ କୃଷ୍ଣା ଡୋଙ୍ଗ୍ରେ । ସେ ନିଜର ୧.୫ ଏକର ଜମିରେ ପିଆଜ ଚାଷ କରିଥିଲେ । ୪ ମାସ ଅକ୍ଲାନ୍ତ ପରିଶ୍ରମ ପରେ ଭଲ ଫସଲ ମଧ୍ୟ ଉତ୍ପାଦନ ହୋଇଥିଲା । ଚାଷ ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବଜାରକୁ ନେବା ପାଇଁ ଆଉ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ସେ ମାର୍କେଟରେ ପିଆଜ ଦର ଖୁବ୍‌ କମ୍‌ । ପରିଶ୍ରମ ଓ ଖର୍ଚ୍ଚ ଅନୁସାରେ ପାରିଶ୍ରମିକ ମିଳିବା କଷ୍ଟ । ବର୍ତ୍ତମାନର ଦର ଅନୁସାରେ ପିଆଜ ବିକ୍ରି କରିଥିଲେ ମାତ୍ର ୨୫ ହଜାର ଟଙ୍କା ପାଇଥାଆନ୍ତେ କୃଷ୍ଣା । ତେଣୁ ରାଗରେ ସେ ପିଆଜ ବିକ୍ରି ନକରି ‍ଫସଲରେ ନିଆଁ ଲଗାଇ ନଷ୍ଟ କରି ଦେଇଛନ୍ତି ।

କୃଷ୍ଣା ପଣ୍ଡା କହିଛନ୍ତି, ୧.୫ ଏକର ଜମିରେ ପିଆଜ ଚାଷ ପାଇଁ ଦିନ ରାତି  ପରିଶ୍ରମ କରିଛି । ହେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭୁଲ ପାଇଁ ସୁନାର ଫସଲକୁ ପୋଡ଼ି ଦେଇଛି । ବର୍ତ୍ତମାନ ଦର ଅନୁସାରେ ମୁଁ ପିଆଜ ବିକ୍ରି କରିଥିଲେ, ହାତରୁ ସବୁ ଟଙ୍କା ଦେବାକୁ ପଡ଼ିଥାଆନ୍ତା ।  ଫସଲ ନଷ୍ଟ କରି ମୁଁ ସବୁ କ୍ଷତି ସହିବାକୁ ରାଜି ଅଛି । ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରିବା ଦରକାର । ନହେଲେ ଆଗାମୀ ସମୟରେ ଲୋକେ ଚାଷରୁ ମୁହଁ ଫେରାଇନେବେ ।

 ତେବେ ଫସଲ ପୋଡ଼ିବାର ୧୫ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନିଜ ରକ୍ତରେ ଗୋଟିଏ ଚିଠି ଲେଖିଥିଲେ କୃଷ୍ଣା । ଏଥିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ପିଆଜ ପୋଡ଼ି ଉତ୍ସବ ଦେଖିବାକୁ ନିମନ୍ତ୍ରଣ କରିଥିଲେ । ହେଲେ ରକ୍ତର ଚିଠି ପଢ଼ି ବି ନୀରବ ରହିଗଲେ ସରକାର । ତାଙ୍କ ଦୁଃଖ କେହି ନବୁଝିବାରୁ ବାଧ୍ୟ ହୋଇ ସେ ପିଆଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି ।