• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମା’ର ଦୁଃଖକଷ୍ଟର ମାନ ରଖିଲା ପୁଅ । ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ୨୩ ବର୍ଷ ବୟସରେ ୟୁପିଏସସିରେ ୩୨୯ ରାଙ୍କ ହାସଲ କରିଛନ୍ତି କୃଷ୍ଣପାଲ ସିଂ ରାଜପୁତ । ସେ ୟୁପିଏସସି ପରୀକ୍ଷା କ୍ଲିୟର୍‌ କରିବା ପାଇଁ କଠିନ ପରିଶ୍ରମ କରୁଥିବା କୃଷ୍ଣପାଲ ଦ୍ୱିତୀୟ ପ୍ରୟାସରେ ସଫଳ ହୋଇପାରିଛନ୍ତି । ତେବେ ତାଙ୍କର ଏହି ସଫଳତା ପାଇଁ ପରିବାର ସମେତ ସମଗ୍ର ଜିଲ୍ଲା ଗର୍ବିତ ।

ନିବାଡ଼ି ଜିଲ୍ଲାର ପୃଥ୍ୱୀପୁର ତହସିଲର ପପାବନି ଗ୍ରାମରେ ଜନ୍ମଗ୍ରହଣ କରିଥିବା କୃଷ୍ଣପାଲ ସିଂ ରାଜପୁତଙ୍କ ପରିବାର ସହିତ ବର୍ତ୍ତମାନ ଓରଛାରେ ରହୁଛନ୍ତି । ତାଙ୍କ ମା’ ମମତା ରାଜପୁତ ପପାବନରେର ଅଙ୍ଗନୱାଡି ସହାୟିକା କାମ କରୁଥିବା ବେଳେ ବାପା ରାମକୁମାର ରାଜପୁତ ଓରଛା ଜିଲ୍ଲା କୋର୍ଟରେ ଓକିଲାତି କରୁଛନ୍ତି । ଏଥି ସହିତ ଅଜା ନାଥୁରାମ ଜଣେ ରାଜପୁତ କୃଷକ ।

କୃଷ୍ଣପାଲ ସିଂ ନିଜ ଗାଁ ପପାବନିରେ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତା’ପରେ ଅଷ୍ଟମ ପର୍ଯ୍ୟନ୍ତ ଓରଛାରେ ଓ ନିବାଡ଼ିରେ ଦଶମ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ସେ ଗ୍ୱାଲିଅରରୁ ଦ୍ୱାଦଶ ଏବଂ ଇଂରାଜୀ ସାହିତ୍ୟରେ ସ୍ନାତକ ହାସଲ କରିଥିଲେ । ପରେ ଦିଲ୍ଲୀ ଯାଇ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଅଗଷ୍ଟ ୧୯୯୯ରେ ଜନ୍ମ ହୋଇଥିବା କୃଷ୍ଣପାଲ ସିଂ ସବୁବେଳେ ପାଠପଢ଼ାରେ ବ୍ୟସ୍ତ ରହୁଥିଲେ ।

ପିଲାଟି ବେଳୁ ସେ ବେଶ୍‌ ମେଧାବୀ ଓ ବିଚକ୍ଷଣ । ତେବେ ପୁଅ ବର୍ତ୍ତମାନ ୟୁପିଏସରରେ ଉତୀର୍ଣ୍ଣ ହେବା ପରେ ତାଙ୍କ ମା’ଙ୍କର ଖୁସି କହିଲେ ନସରେ । ଦୃଢ଼ ମନୋବଳ ସହ ଅଧ୍ୟୟନ କରି ପୁଅ ଆଜି ସଫଳ ହୋଇଛି । ସାହିପଡ଼ିଶାରେ ମିଠା ବଣ୍ଟା ସରିଛି । ସ୍ୱାମୀସ୍ତ୍ରୀ ଖୁବ ପରିଶ୍ରମ କରି ପୁଅକୁ ପାଠ ପଢ଼ାଇଥିଲେ । ଏବେ ପୁଅ ପାଇଁ ବାପାମା’ଙ୍କର ଗୋଡ଼ ଆଜି ତଳେ ଲାଗୁନି । ତାଙ୍କର ଏହି ସଫଳତା ହେତୁ ସମଗ୍ର ଜିଲ୍ଲାରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି ।