• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମରେ କିଏ ଜିତେ କିଏ ହାରେ । କିଏ ପୁଣି ପ୍ରେମକୁ ଜିତାଇ ନିଜକୁ ନିଇତି ଜାଳେ । ପ୍ରେମ ଓ ବିବାହର ଅନେକ କାହାଣୀ ଆପଣ ଶୁଣିଥିବେ। କିନ୍ତୁ ଏ କାହାଣୀ ଟିକିଏ ଅଲଗା । ସିନେମାର କାହାଣୀ ପରି ଏହାର କଥାବସ୍ତୁ । ଜଣେ ସ୍ୱାମୀର ଅଧୁରା ପ୍ରେମକାହାଣୀକୁ ତାଙ୍କ ସ୍ତ୍ରୀ ପୂରଣ କରିଛନ୍ତି । ସ୍ୱାମୀଙ୍କ ଖୁସି ପାଇଁ ଆଉ ଜଣେ ମହିଳାଙ୍କ ହାତକୁ ଟେକି ଦେଇଛନ୍ତି । ବଲିଉଡ ସିନେମା ପରି ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପୁରୁଣା ଗର୍ଲଫ୍ରେଣ୍ଡ ସହିତ ବିବାହ କରାଇଛନ୍ତି । କେବଳ ଏତିକି ନୁହେଁ, ନିଜେ ଉପସ୍ଥିତ ରହି ଧୁମଧାମରେ ବିବାହ କରାଇଛନ୍ତି ।

ଆନ୍ଧ୍ରପ୍ରଦେଶର ତିରୁପତିରୁ ଏପରି ଏକ ନିଆରା ବିବାହର ଆୟୋଜନ ହୋଇଛି । ଡକ୍କଲିର ଆମ୍ବେଦକର ନଗରର ବାସିନ୍ଦା କଲ୍ୟାଣ ୟୁଟ୍ୟୁବ ଓ ସେୟାର ଚାଟରେ ଖୁବ୍ ଲୋକପ୍ରିୟ । କିଛି ବର୍ଷ ପୂର୍ବେ କଲ୍ୟାଣ ବିମଲାଙ୍କୁ ଭେଟିଥିଲେ । ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା । କଲ୍ୟାଣ ଏବଂ ବିମଲା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ତିଆରି କରିବା ସହ ପୋଷ୍ଟ କରନ୍ତି ।

ପୂର୍ବ ଗର୍ଲଫ୍ରେଣ୍ଡର ପ୍ରବେଶ

ତେବେ ତାଙ୍କର ଖୁସିର ସଂସାରରେ କଲ୍ୟାଣଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଏଣ୍ଟ୍ରି ମାରନ୍ତି । ଫଳରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ସବୁଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହୁଏ । କଲ୍ୟାଣଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ନିତ୍ୟା ବି ସୋସିଆଲ ମିଡିଆରେ ଭିଡିଓ ତିଆରି କରି ପୋଷ୍ଟ କରନ୍ତି । ବିବାହ ପୂର୍ବରୁ ହିଁ କଲ୍ୟାଣ ଏବଂ ନିତ୍ୟାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ପରେ କଲ୍ୟାଣ ବିମଲାଙ୍କୁ ବିବାହ କରିଥିଲେ । ହେଲେ ପୁରୁଣା ପ୍ରେମକୁ ଭୁଲି ପାରିନଥିଲେ ନିତ୍ୟା ।

କଲ୍ୟାଣର ବିବାହ ସମ୍ପର୍କରେ ଜାଣିବା ପରେ ସେ ସିଧାସଳଖ ତାଙ୍କ ଘରକୁ ପହଞ୍ଚି ଯାଇଥିଲେ । ହାତଯୋଡ଼ି କଲ୍ୟାଣ ସହ ବିବାହ କରାଇ ଦେବାପାଇଁ ବିମଳାଙ୍କୁ ଅନୁରୋଧ କରିଥିଲେ । କଲ୍ୟାଣଙ୍କ ସହ ବିବାହ କରି ତିନି ଜଣ ଗୋଟିଏ ଛାତ ତଳେ ରହିବେ ବୋଲି ମଧ୍ୟ କହିଥିଲେ । ହେଲେ ନିଜ ସ୍ୱାମୀଙ୍କୁ ଅନ୍ୟ ଜଣଙ୍କ ସହ ବାଣ୍ଟିବା କେତେ କଷ୍ଟକର ସେକଥା ଜଣେ ମହିଳା ହିଁ ଜାଣିପାରିବ । ଅନେକ ଦିନ ଏ ସମ୍ପର୍କରେ ଆଲୋଚନା କରିବା ପରେ ଶେଷରେ ସେ ସ୍ୱାମୀଙ୍କ ଅଧୁରା ପ୍ରେମ କାହାଣୀକୁ ସମ୍ମତି ପ୍ରଦାନ କରିଥିଲେ । ଏବେ ୩ ଜଣଯାକ ଗୋଟିଏ ଛାତ ତଳେ ରହୁଛନ୍ତି।