Andhra Pradesh: Gas leak reported at Porus laboratories Pvt in Visakhapatnam, many left unconscious
ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୩୦ରୁ ଅଧିକ ମହିଳା ଅସୁସ୍ଥ । ଆନ୍ଧ୍ରପ୍ରଦେଶ ଆନକାପଲ୍ଲି ଜିଲ୍ଲାର ଅଚ୍ୟୁତାପୁରମରେ ଥିବା ପୋରସ ଲାବରୋଟେରୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୩୦ରୁ ଅଧିକ ମହିଳା ଚେତାଶୂନ୍ୟ ହେବା ସହ ଅସୁସ୍ଥ ହୋଇଛନ୍ତି । ଗ୍ୟାସ୍ ଲିକ ହେବା ପରେ ପ୍ରଥମେ ମହିଳାଙ୍କ ମୁଣ୍ଡ ବ୍ୟଥା ହେବା ସହ ବାନ୍ତି ହୋଇଥିଲା, ଏହା ପରେ ଜଣକ ପରେ ଜଣେ ମହିଳା ଚେତଶୂନ୍ୟ ହୋଇଥିଲେ ।
Andhra Pradesh | Around 30 women workers fell sick after a gas leaked from Porus laboratories Pvt Ltd company in Atchutapuram, Visakhapatnam. At present all workers' health is stable, no casualties reported. We're carrying out the investigation: SP Gowthami Sali pic.twitter.com/3dioEToaMY
— ANI (@ANI) June 3, 2022
ଏହାପରେ ମହିଳା କର୍ମଚାରୀ ମାନଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଲାବରୋଟେରୀରେ କିଭଳି ଗ୍ୟାସ ଲିକ୍ ହେଲା ତାହା ଅସ୍ଫଷ୍ଟ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗ୍ୟାସ ଲିକ୍ ରୋକିବା ଲାଗି ପ୍ରାୟାସ ଜାରି ରିଖିଥିବାବେଳେ ଏସ୍ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)