ଏକ ନିଶ୍ଚିତ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ବିଜୟୱାଡାରେ ଏହି ଘଟଣା ଘଟିଛି । ରେଲ୍ ବ୍ରିଜ୍ ଉପରେ ରହି ବନ୍ୟା ସ୍ଥିତିର ସମୀକ୍ଷା ଓ ଆଲୋଚନା କରୁଥିଲେ ନାଇଡୁ, ଆଉ ଠିକ୍ ଏହି ସମୟରେ ସେହି ରେଳ ଧାରଣାରେ ଏକ ଯାତ୍ରୀବାହୀ ଟ୍ରେନ୍ ଆସି ଯାଇଥିଲା । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଓ ବରିଷ୍ଠ ଅଧିକାରୀ କିଛି ବୁଝିବା ଆଗରୁ ଟ୍ରେନ୍ ଆଗକୁ ମାଡ଼ି ଚାଲିଥିଲା, ଏବଂ ରେଳ ଧାରଣାର ମାତ୍ର ଅଳ୍ପ ଦୂରରେ ମୁଖ୍ୟମନ୍ତ୍ରୀ ଫସି ଯାଇଥିଲେ ।
ଅବଶ୍ୟ ଏହି ଏହି ଘଟଣାରେ କେହି ମଧ୍ୟ ଆହତ ହୋଇନାହାନ୍ତି କିନ୍ତୁ ରେଳ ଧାରଣାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବେଳେ କିଭଳି ଟ୍ରେନ୍ ଆସିଲା, ପୂର୍ବରୁ ରେଳ ବିଭାଗ ପାଖରେ ଏ ସୂଚନା ଥିଲା କି ନାହିଁ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ରେଳକୁ ଆଗକୁ ନ ବଢ଼ିବା ପାଇଁ ରେଡ୍ ଫ୍ଲାଗ କିଭଳି ଦେଖାଗଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତୃଟି କେମିତି ହେଲା ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହେବା ସ୍ୱାଭାବିକ ।
Also Read
ସେପଟେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଜରୁରୀ ଅବତରଣ କରିଛି ।ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ରିଲିଫ କାର୍ଯ୍ୟରେ ଯାଇଥିବା ବାୟୁସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ଗତ ୪ ଦିନ ଧରି ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ଏହାର ନିକଟ ଅଞ୍ଚଳରେ ବନ୍ୟା ସମୟରେ ରିଲିଫ ସାମଗ୍ରୀ ସହ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା ଏହି ହେଲିକପ୍ଟର ।
ଭାରତୀୟ ବାୟୁସେନାର ଏହି ହେଲିକପ୍ଟର ନାଲଗୋଣ୍ଡା ଜିଲ୍ଲାର ଚୈତାଲା ସହର ଉପକଣ୍ଠରେ ଥିବା ଏକ ଚାଷ ଜମିରେ ଜରୁରୀକାଳୀନ ଅବତରଣ କରିଛି । ତିନିଜଣ ଅଧିକାରୀଙ୍କୁ ନେଇ ହେଲିକପ୍ଟର ବିଜୟୱାଡା ଠାରୁ ହାଇଦ୍ରାବାଦର ହାକିମପେଟ ବାୟୁସେନା ଷ୍ଟେସନ ଯାଉଥିଲା । ତେବେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ଅନ୍ୟ ଏକ ହେଲିକପ୍ଟରେ ବୈଷୟିକ ଟିମ ପହଞ୍ଚି ଯାଞ୍ଚ କରୁଥିବା ସୂଚନା ମିଳିଛି ।