• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ କାର ବଜାରରେ ବୈଦ୍ୟୁତିକ କାରର କ୍ରେଜ୍‌ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହୁ ହୁ ହୋଇ ବଢ଼ୁଥିବା ବେଳେ ଇଲେକ୍ଟ୍ରିକ୍‌ ବାହାନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ଲୋକ । ଲୋକଙ୍କ ଚାହିଦାକୁ ନଜରରେ ରଖି ପ୍ରାୟ ସମସ୍ତ ଗାଡ଼ି ନିର୍ମାତା କମ୍ପାନୀ ମଧ୍ୟରେ ଇଲେକ୍ଟ୍ରିକ୍‌ ଗାଡ଼ି ତିଆରି କରିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ତେବେ ଏହାରି ଭିତରେ ଜଣେ ବ୍ୟକ୍ତି ସ୍କ୍ରାପରୁ ଇଲେକ୍ଟ୍ରିକ୍ ଜିପ୍ ତିଆରି କରି ଚର୍ଚ୍ଚାକୁ ଆସୁଛନ୍ତି । ତାଙ୍କ ଜିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଜୁଗାଡ଼ରେ ତିଆରି ଜିପକୁ ଭାରି ପସନ୍ଦ କରିଛନ୍ତି । ଏପରିକି ସେ ନିଜ କର୍ମଚାରୀମାନଙ୍କୁ ନିର୍ମାତା ସହିତ ଯୋଗାଯୋଗ କରିବାକୁ କହିଛନ୍ତି ।

ଦେଶୀ ଇଲେକ୍ଟ୍ରିକ୍ ଜିପକୁ ପ୍ରଶଂସା

ମହିନ୍ଦ୍ରା ଏଣ୍ଡ୍‌ ମହିନ୍ଦ୍ରା (Mahindra And Mahindra )ର ଅଧ୍ୟକ୍ଷ ତଥା ଦିଗଜ ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ । ପ୍ରତିଦିନ ସେ କିଛି ଟୁଇଟ୍ କରିଥାନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଦୁଇ ଦିନ ପୂର୍ବରୁ ସେ ଏପରି ଏକ ଭିଡିଓ ପୋଷ୍ଟ କରିଛନ୍ତି । ତାମିଲନାଡୁର ଜଣେ ବ୍ୟକ୍ତି ତିଆରି କରିଥିବା ଦେଶୀ ଇଲେକ୍ଟ୍ରିକ୍ ଜିପର ଭିଡିଓ ପୋଷ୍ଟ କରିଛନ୍ତି । ଜୁଗାଡରୁ ନିର୍ମିତ ଏହି ଜିପ୍ ପାଇଁ ପେଟ୍ରୋଲ କିମ୍ବା ଡିଜେଲର ଆବଶ୍ୟକତା ନାହିଁ । ବ୍ୟାଟେରୀ ଚାର୍ଜ କଲେ ରାସ୍ତାରେ ଗଡ଼ିବ ଇଲେକ୍ଟ୍ରିକ୍ ଜିପ ।

 

ଗାଡ଼ି ତିଆରି କରିଥିବା ବ୍ୟକ୍ତି ଜଣକ ଟ୍ୱିଟ କରି ଚାକିରି ମାଗିଥିଲେ

ଇଲେକ୍ଟ୍ରିକ୍ ଜିପ୍ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା A. Gautham । ସେ ବୈଦୁତିକ୍‌ ଜିପ୍‌ ତିଆରି କରି ଟ୍ୱିଟରରେ ପୋଷ୍ଟ କରିଥିଲେ ଓ ସେଥିରେ ମହିନ୍ଦ୍ରା ଚେୟାରମ୍ୟାନଙ୍କୁ ଟ୍ୟାଗ୍ କରିଥିଲେ । କଠିନ ପରିଶ୍ରମ ଦ୍ୱାରା ନିର୍ମିତ ଜିପର ଭିଡିଓ ସେୟାର୍ କରିବା ସହ ଗୌତମ ଆନନ୍ଦ ମହିନ୍ଦ୍ରାଙ୍କୁ ଚାକିରି ଦେବାକୁ ଅନୁରୋଧ କରିଥିଲେ । ଅଗଷ୍ଟ ୧୭ରେ ଏହି ଭିଡିଓ ଟୁଇଟ୍ କରାଯାଇଥିଲା, ଯେଉଁଥିରେ ଆନନ୍ଦ ମହିନ୍ଦ୍ରା ଶନିବାର ଉତ୍ତର ଦେଇଥିବା ବେଳେ ଗୌତମଙ୍କୁ ପ୍ରଶଂସା କରିଛନ୍ତି ।

ଟ୍ୱିଟର ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା

ଗୌତମଙ୍କ ବୈଦ୍ୟୁତିକ ଜିପ୍ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ ହୋଇଯିବା ସହ ଟ୍ୱିଟର ମଧ୍ୟ ଉତ୍ତର ଦେଇଛନ୍ତି । ଗୌତମଙ୍କ ସହ ଯୋଗାଯୋଗ କରିବା ପାଇଁ କମ୍ପାନୀର ଅଧିକାରୀ ଆର ଭେଲୁସ୍ୱାମୀଙ୍କୁ କହିଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, 'ଏହି କାରଣରୁ ମୋତେ ଲାଗୁଛି, ଭାରତ ବୈଦ୍ୟୁତିକ ଯାନ ତିଆରି କ୍ଷେତ୍ରରେ ଅଗ୍ରଣୀ ହେବ । ଗୌତମ ଏବଂ ତାଙ୍କର ଟିମକୁ ମଧ୍ୟ ଆଗକୁ ସଫଳତା ମିଳିବା ଥୟ ।