Advertisment

ଏଣିକି ଘର ସାମ୍ନାରେ ଲାଗିବ ଆକର୍ଷଣୀୟ, ଆଧୁନିକ ବିବାହ ମଣ୍ଡପ

ଏବେ ବିବାହ ମଣ୍ଡପ  ପହଞ୍ଚି ଯିବ ଆପଣଙ୍କ ଘର ପାଖରେ । ଯେମିତି ଆକର୍ଷଣୀୟ ସେମିତି ଅତ୍ୟାଧୁନିକ। ମାନେ ବାହା ବେଦୀଠାରୁ ଆରମ୍ଭ କରି ରିସେପସନ ହଲ,  ଡାଇନିଂ ହଲ ସବୁ ଏହି  ମଣ୍ଡପରେ ରହିଛି।  । ବିବାହ ମଣ୍ଡପ ଟ୍ରକ୍‌ରେ ଆସିବ ଆଉ ଲାଗିବ ଆପଣଙ୍କ ଘର ସାମ୍ନାରେ ।

author-image
Minati Mishra
ଅଦ୍ୟତନ ହୋଇଛି
Mobile marriage hall

Mobile marriage hall

ବାହାଘର ତାରିଖ ଧାର୍ଯ୍ୟ ହେବା ପୂର୍ବରୁ ବଡ ଚିନ୍ତା ହେଉଛି  ବିବାହ ମଣ୍ଡପଟିଏ ଯୋଗାଡ଼ କରିବା  । ବିବାହ ମଣ୍ଡପଟିଏ ପାଇବା ପାଇଁ ଏତେ ଭିଡ ଯେ, ୬ ମାସ ପୂର୍ବରୁ ଲାଇନ ଲଗାଇବାକୁ ପଡ଼ୁଛି। ଆଜିକାଲି ବିବାହ ମଣ୍ଡପ ଧାର୍ଯ୍ୟ ହେବା ପରେ ହିଁ ବାହାଘର ତିଥି ଠିକ କରାଯାଉଛି ।  ନିଜ ବଜେଟ୍‌ ଭିତରେ ମଣ୍ଡପଟିଏ ପାଇବା ସହଜ କଥା ନୁହେଁ। ହେଲେ ଏ ସମସ୍ୟାର ସହଜ ସମାଧାନ ମିଳି ପାରିଛି। ଏବେ ବିବାହ ମଣ୍ଡପ  ପହଞ୍ଚି ଯିବ ଆପଣଙ୍କ ଘର ପାଖରେ । ଯେମିତି ଆକର୍ଷଣୀୟ ସେମିତି ଅତ୍ୟାଧୁନିକ। ମାନେ ବାହା ବେଦୀଠାରୁ ଆରମ୍ଭ କରି ରିସେପସନ ହଲ,  ଡାଇନିଂ ହଲ ସବୁ ଏହି  ମଣ୍ଡପରେ ରହିଛି।  । ବିବାହ ମଣ୍ଡପ ଟ୍ରକ୍‌ରେ ଆସିବ ଆଉ ଲାଗିବ ଆପଣଙ୍କ ଘର ସାମ୍ନାରେ । ସୋସିଆଲ ମିଡିଆରେ ଏମିତି କିଛି ଭିଡ଼ିଓ ଘୂରି ବୁଲୁଛି।

Advertisment

ଏହି ବିବାହ ମଣ୍ଡପରେ ରହିଛି ଖୁବ ସୁନ୍ଦର ମ୍ୟାରେଜ ହଲ। ଆକର୍ଷଣୀୟ ଆଲୋକମାଳାରେ ଏହା ସଜା ଯାଇଛି। ଡାଇନିଂ ହଲରେ ବି ପଡିଛି ଚେୟାର, ଟେବୁଲ। ସଫେଦ କଭର ଆଚ୍ଛାଦିତ କରାଯାଇଛି। ଦେଖିଲେ ଲାଗିବ କୌଣସି ସୁଦୃଶ୍ୟ, ଦାମୀ ବିବାହ ମଣ୍ଡପ। ଭିଡିଓରେ ଆହୁରି ଦେଖିବାକୁ ମିଳିଛି, ଏକ ବଡ ଟ୍ରକରେ ଲୋଡ ହୋଇ ରହିଛି ପ୍ରାୟ ୧୨୦୦ ସ୍କୋୟାର ଫୁଟର ଏକ ଆଧୁନିକ ହଲ। ଏହି ହଲ୍‌ରେ ଏକ ସମୟରେ ଅତି କମ୍‌ରେ ୨୦୦ରୁ ଅଧିକ ଲୋକ ରହିପାରିବେ। ଏହାବ୍ୟତୀତ ହଲ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ବି କରାଯାଇ ପାରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

Advertisment

ଆଇଡିଆ ଯାହାର ବି ହେଉ, ଚମତ୍କାର । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ଆନନ୍ଦ ମହିନ୍ଦ୍ରା ଏମିତି ଭିଡ଼ିଓକୁ ଖୁବ ପସନ୍ଦ କରିଛନ୍ତି ଏବଂ ଏହି ମଣ୍ଡପର ଭିଡିଓକୁ ନିଜ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି। ଏଥିସହିତ ଏପରି ଅଭିନବ ଉପାୟରେ ବିବାହ ମଣ୍ଡପ ସମସ୍ୟାର ସମାଧାନ କରି ପାରିଥିବା ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ବି ଚାହିଁଛନ୍ତି।

ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ‘ଏପରି ପରିକଳ୍ପନା କରିଥିବା ବ୍ୟକ୍ତିଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହୁଁଛି। ଏହି ଭ୍ରାମ୍ୟମାଣ ବିବାହ ମଣ୍ଡପ ଯୋଗୁ ଗ୍ରାମାଞ୍ଚଳ ଲୋକଙ୍କର ବି ସମସ୍ୟା ଦୂର ହୋଇ ପାରିବ।’  ଭିଡିଓଟି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଭୁୟର୍ସ ବି ଖୁବ ମଜାଦାର କମେଣ୍ଟ ଦେଇଛନ୍ତି। କେହି ‘ପୋଟେବୁଲ ଇନ୍‌ଫ୍ରାଷ୍ଟ୍ରକଚର’ ବୋଲି କହିଛନ୍ତି। ମୋବାଇଲ କ୍ଲିନିକ, ଟଏଲେଟ ପରେ ଏହାକୁ କେହି ମୋବାଇଲ ମ୍ୟାରେଜ ହଲ ବୋଲି ବି କହିଛନ୍ତି।

Social Media Viral Video
Advertisment
Advertisment