/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681372484.jpg)
Firing in Bathinda Military Station
ଭୁଲ୍ ପାଇଁ ଚାଲିଗଲା ଯବାନଙ୍କ ଜୀବନ । ପଞ୍ଜାବର ବଠିଣ୍ଡାରେ ହୋଇଥିବା ଭୟଙ୍କର ଗୁଳିକାଣ୍ଡରେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଥରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଭୁଲ୍ରେ ହୋଇଥିବା ଗୁଳି ଚାଳନା ଯୋଗୁ ଅକାଳରେ ଜଣେ ସୈନ୍ୟ ପ୍ରାଣ ହରାଇଥିବା ଜଣାଯାଇଛି । ଏହି ଦୁର୍ଘଟଣା ସମ୍ପର୍କରେ ସେନା ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଛି । ତେବେ ଗତକାଲି ଓ ଆଜିର ଘଟଣା ମଧ୍ୟରେ କୌଣସି ସମ୍ପର୍କ ନ ଥିବା ସୂଚନା ଦିଆଯାଇଛି ।
ଗତକାଲିର ଗୁଳିମାଡ଼ ଘଟଣା ପରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଏହାପରେ ଷ୍ଟେସନ ମଧ୍ୟରେ ଜଣେ ଯବାନ ନିଜ ବନ୍ଧୁକ ସଫା କରୁଥିବା ବେଳେ ଭୁଲ୍ରେ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ସମ୍ପୃକ୍ତ ଯବାନଙ୍କ ଶରୀରରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ଆଖି ବୁଜି ଦେଇଥିଲେ ।
ଗତକାଲି ହୋଇଥିବା ଗୁଳିକାଣ୍ଡ ପରେ ୨ ମୁଖାଧାରୀ ଅଜଣା ବ୍ୟକ୍ତିଙ୍କ ସନ୍ଧାନ କରୁଛି ପୋଲିସ୍ । ଏଫଆଇଆରରେ ସନ୍ଦିଗ୍ଧ ୨ ବ୍ୟକ୍ତି କୁର୍ତ୍ତା, ପାଇଜାମା ପିନ୍ଧିଥିବା ବେଳେ ମୁହଁକୁ ପୂରାପୂରି କପଡ଼ାରେ ଗୁଡ଼ାଇଥିବା ଉଲ୍ଲେଖ ଅଛି । ତେବେ ବଠିଣ୍ଡା ଷ୍ଟେସନରୁ ଗାଏବ ହୋଇ ଯାଇଥିବା ରାଇଫଲ ମିଳି ସାରିଥିବା ଜଣାଯାଇଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)