• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ୱାରିସ ଦେ ପଞ୍ଜାବ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହକୁ ୱାଣ୍ଟେଡ୍ ଘୋଷଣା କରିଛି ପଞ୍ଜାବ ପୋଲିସ । ତାକୁ ଧରିବା ପାଇଁ ପଞ୍ଜାବର ଲୁଧିଆନା ଓ ଗୁରୁଦାସପୁରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି। ଏଥିସହ ପଞ୍ଜାବ-ହରିୟାଣା ସୀମାକୁ ହାଇ ଆଲର୍ଟ ଜାରି କରାଯାଇଛି ।

ପଞ୍ଜାବ ସରକାର ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖିଛନ୍ତି । ଅମ୍ରିତସରରେ ଅମ୍ରିତପାଲ ସିଂ ନାଁରେ ଥାନାରେ ଏତଲା ଦିଆଯାଇଛି । ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସିଯାଇଛି ଅମ୍ରିତ ପାଲ । ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ସେ ଖସିଯିବାରେ ସକ୍ଷମ ହୋଇଥିଲା ।

ତେଣେ ଅମ୍ରିତପାଲର ୭ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କୁ ଆସନ୍ତା ୨୩ ତାରିଖ ଯାଏଁ ରିମାଣ୍ଡରେ ନେଇଛି ପୋଲିସ । ୪ ଜଣ ଗିରଫ ସହଯୋଗୀଙ୍କୁ ଆସାମ ନିଆଯାଇଥିବା ସୂଚନା ମିଳିଛି । ଯେଉଁ ଗାଡ଼ିରେ ଅମ୍ରିତ ପାଲ ଖସି ପଳାଇଥିଲା, ସେହି ଗାଡ଼ିକୁ ଜବତ କରିଛି ପୋଲିସ। ଏଥିସହ ବିପୁଳ ବନ୍ଧୁକ ଓ ଗୁଳି ମଧ୍ୟ ଜବତ ହୋଇଛି ।

ଅମ୍ରିତ ପାଲର ପୈତୃକ ଗାଁର ୧୪୪ ଧାରା ଜାରି କରାଯିବା ସହିତ ପୋଲିସ ଛାଉଣୀ କରାଯାଇଛି । ସେପଟେ ଅମ୍ରିତପାଲକୁ ବେଆଇନ ଭାବେ ଅଟକ ରଖାଯାଇଥିବା ଦର୍ଶାଇ ପଞ୍ଜାବ ହାଇକୋର୍ଟରେ ଆବେଦନ ହୋଇଥିବା ସୂଚନା ମିଳିଛି ।

ସେପଟେ ଅମୃତପାଲ ସିଂହଙ୍କ ଦାଦା ଆତ୍ମସମର୍ପଣ କରିଛନ୍ତି । ୱାରିସ ଦେ ପଞ୍ଜାବ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମ୍ରିତ ପାଲ ସିଂହକୁ ଧରିବା ପାଇଁ ନାକେଦନ ହେଲେଣି ପଞ୍ଜାବ ପୋଲିସ । ପଞ୍ଜାବର ଏକ ୱେବ୍ ଚ୍ୟାନେଲକୁ ସାକ୍ଷାତକାର ପରେ ସରେଣ୍ଡର କରିଛନ୍ତି ଅମ୍ରିତ ପାଲଙ୍କ ଦାଦା ହରଜିତ ସିଂ ଓ ତାଙ୍କ ଡ୍ରାଇଭର । ପଞ୍ଜାବର ସାହାକୋଟରୁ ଉଭୟଙ୍କ ଗିରଫ କରିଛି ପୋଲିସ । ତେବେ ଅମୃତପାଲକୁ ପଳାତକ ଘୋଷଣା ହୋଇଥିବା ବେଳେ ୧୧୨ ଜଣଙ୍କୁ ଗିରଫ କରାଗଲାଣି । ଏପରିକି ତାଙ୍କ ୪ ସହଯୋଗୀଙ୍କ ବିରୋଧରେ NSA ବା ଜାତୀୟ ନିରାପତ୍ତା ଆଇନ ଲାଗୁ କରିଛନ୍ତି ପଞ୍ଜାବ ସରକାର।