• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ତେରି ମିଟି ମେ ମିଲ ଯାୱାଁ . . । ଯବାନଙ୍କ କଣ୍ଠରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଆଉ ସେହି ସମୟର ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଗତ ଦୁଇ ଦିନ ହେଲା ସେ ରାଜସ୍ଥାନରେ ଅଛନ୍ତି । ରୋହିତାଶ ଚୌକରେ ଶନିବାର ରାତି ବିତାଇଛନ୍ତି ଅମିତ ଶାହା । ରାତ୍ରି ରହଣୀ ସମୟରେ ସେ ଭାରତୀୟ ଯବାନଙ୍କ ସହିତ ଏକାଠି ଖାଦ୍ୟ ଖାଇଥିଲେ । କେବଳ ଏତିକି ନୁହେଁ ଶାହା ଯବାନଙ୍କ ସହିତ ସେଲଫି ମଧ୍ୟ ନେଇଥିଲେ । ଏହି ସମୟରେ ଜଣେ ଯବାନ ଗୃହମନ୍ତ୍ରୀଙ୍କ ସାମ୍ନାରେ 'ତେରୀ ମିଟି ମେନ୍ ମିଲ୍ ଯାୱାଁ ' ଗୀତ ଗାଇଥିଲେ ।

ଯବାନଙ୍କ ସମର୍ପଣ ଭାବକୁ ପ୍ରଶଂସା କଲେ ଅମିତ ଶାହ

ଅମିତ ଶାହା ଦେଶର ପ୍ରଥମ ଗୃହମନ୍ତ୍ରୀ ହୋଇଛନ୍ତି, ଯିଏ ରୋହିତାଶ ପୋଷ୍ଟରେ ରାତି କଟାଇଛନ୍ତି । ରାତିରେ ରହିବା ସହ ଯବାନଙ୍କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏଠାରେ ରହିବା ପାଇଁ ଦେଶର ବୀରପୁତ୍ର ମାନେ ଯେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦେଖିବାକୁ ଚେଷ୍ଟା କରୁଥିବା କଥା କହିଛନ୍ତି । ବର୍ତ୍ତମାନ ଯବାନଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ମଧ୍ୟ କହିଛନ୍ତି ।

ତେବେ ଏହି ସମୟରେ ଦେଶ ପ୍ରତି ଯବାନଙ୍କ ସମର୍ପଣ ଭାବକୁ ମଧ୍ୟ ପ୍ରଶଂସା କରିଥିଲେ ଅମିତ ଶାହ । ବିଏସ୍ଏଫ୍ ଯବାନମାନେ ଅମିତ ଶାହାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ । ଏଥିସହିତ ଗୃହମନ୍ତ୍ରୀ ବିଏସଏଫ ଟୋପି ପିନ୍ଧି ଯବାନଙ୍କ ସହ ସେଲଫି ମଧ୍ୟ ନେଇଥିଲେ । ଏହି ସମୟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ମଧ୍ୟ ଶାହାଙ୍କ ସହ ଥିଲେ।

ତେବେ ରାତ୍ରି ଭୋଜନ ପରେ ଯବାନମାନେ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ସମୟରେ ଜଣେ ଯବାନ ସିନେମା କେସରୀ ଚଳଚ୍ଚିତ୍ରର ଗୀତ ତେରୀ ମିଟି ମେ ମିଲ୍ ଯାୱାଁ ଗୀତ ଗାଇଥିଲେ । ଆଉ ଗୀତ ଶୁଣି ଅମିତ ଶାହା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ । ଆଉ କେନ୍ଦ୍ର ଗୃହମନ୍ତ୍ରୀ ବିଏସଏଫ ଯବାନଙ୍କ ସେହି ଗୀତ ଗାଉଥିବା ଭିଡିଓକୁ ଟ୍ୱିଟ କରିଛନ୍ତି । ଏହା ମୋ ଜୀବନର ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ପରିବାରଠାରୁ ଦୂରରେ ରହି ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା ବୀରଙ୍କ ସାହସିକତା ଏବଂ ନିଷ୍ଠାକୁ ନମସ୍କାର କରୁଛି ବୋଲି ଲେଖିଛନ୍ତି ।