Advertisment

ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ: ବାଦଲଫଟା ବର୍ଷା ନେଲା ୧୬ ଜୀବନ, ୩୦ରୁ ଅଧିକ ନିଖୋଜ

ପବିତ୍ର ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Amarnath Tragedy: Cloudburst triggers flash floods kills 16

Amarnath Tragedy: Cloudburst triggers flash floods kills 16

ପବିତ୍ର ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। ଅମରନାଥ ଯାତ୍ରା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଗୁମ୍ଫା ପାଖାପାଖି ଅଞ୍ଚଳରେ ହଠାତ୍‌ ବାଦଲ ଫଟା ବର୍ଷା ହୋଇଥିଲା। ଏହାସହ ଭୁସ୍ଖଳନ ମଧ୍ୟ ହୋଇଥିଲା। ଫଳରେ ସୁ ସୁ ଗର୍ଜନ କରି ପାହାଡ଼ ଉପରୁ ଭାସି ଆସିଥିଲା।

Advertisment

ସମୁଦ୍ର ଭଳି ଢେଉ ଏଥିରେ ଅନେକ ସଂଖ୍ୟାରେ ତୀର୍ଥଯାତ୍ରୀ ଭାସି ଯାଇଥିବା ଅନୁମାନ କରାଯାଉଛି। ଏବେ ସୁଦ୍ଧା ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହୁରି ଅନେକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ଆହତଙ୍କୁ ଉଦ୍ଧାର ଲାଗି ହେଲିକପ୍ଟର ସହାୟତା ନିଆଯାଇଛି। ନିଖୋଜଙ୍କ ମଧ୍ୟରୁ କିଛି ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପାଣି ସୁଅରେ ଗୁମ୍ଫା ନିକଟରେ ତୀର୍ଥଯାତ୍ରୀଙ୍କ ବହୁ ଆଶ୍ରୟ ସ୍ଥଳ ଭାସି ଯାଇଛି। ଭୁସ୍ଖଳନ ଯୋଗୁ ତୀର୍ଥଯାତ୍ରୀମାନେ ଯାଆସ କରୁଥିବା ରାସ୍ତା ମଧ୍ୟ ଧୋଇ ହୋଇଯାଇଛି। ତେବେ ବର୍ଷା ଟିକେ ଥମିବାରୁ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। 

Advertisment

କୋଭିଡ ପାଇଁ ଗତ ୨ ବର୍ଷ ଧରି ଅମରନାଥ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାଇଁ ଗତ ଜୁନ୍ ୩୦ରୁ ଯାତ୍ରା ଆରମ୍ଭ ହୋଇଥିଲା। ଖରାପ ପାଗ ପାଇଁ ଏଇ ସପ୍ତାହ ଆରମ୍ଭରୁ ଯାତ୍ରାକୁ ସାମୟିକ ଭାବେ ରଦ୍ଦ କରଯାଇଥିଲା। ତେବେ ଗତକାଲିର ଅଘଟଣ ପରେ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି। ଅମରନାଥ ଯାତ୍ରା ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ଶେଷ ହେବାର ଥିଲା। 

Amarnath Yatra Amarnath Tragedy Amarnath Cloudburst
Advertisment
Advertisment