Advertisment

‘ମନପସନ୍ଦର ଜୀବନସାଥୀ ବାଛି ପାରିବେ ପ୍ରାପ୍ତ ବୟସ୍କ ଯୁବକ ଓ ଯୁବତୀ, ହସ୍ତେକ୍ଷପ କରିପାରିବେନି ବାପାମା’’

ପ୍ରାପ୍ତ ବୟସ୍କ ଯୁବକ ଓ ଯୁବତୀ ନିଜ ମନପସନ୍ଦର ଜୀବନସାଥୀ ବାଛି ପାରିବେ। ଏଥିରେ ବାପାମା’ ହୁଅନ୍ତୁ କି ଆଉ କେହିବି ହସ୍ତକ୍ଷେପ କରିପାରିବେ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Allahabad HC

Allahabad HC

ପ୍ରାପ୍ତ ବୟସ୍କ ଯୁବକ ଓ ଯୁବତୀ ନିଜ ମନପସନ୍ଦର ଜୀବନସାଥୀ ବାଛି ପାରିବେ। ଏପରିକି ସେମାନେ ଏକାଠି ମଧ୍ୟ ରହିପାରିବେ। ଏଥିରେ ବାପାମା’ ହୁଅନ୍ତୁ କି ଆଉ କେହିବି ହସ୍ତକ୍ଷେପ କରିପାରିବେ ନାହିଁ। ଭିନ୍ନ ଧର୍ମର ଦମ୍ପତିଙ୍କ ପକ୍ଷରୁ ଆବେଦନ ହୋଇଥିବା ପିଟିସନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହା କହିଛନ୍ତି।

Advertisment

ଏହାସହ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏପରି ସ୍ଥଳେ ଯଦି ସେମାନଙ୍କର ଶାନ୍ତିପୂର୍ଣ୍ଣ ଜୀବନଯାପନରେ କୌଣସି ସମସ୍ୟା ସୃଷ୍ଟି ହୁଏ ତା’ହେଲେ ସେମାନେ ପୋଲିସ୍‌ରେ ଅଭିଯୋଗ କରିପାରିବେ ଓ ସେମାନଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯିବା ଆବଶ୍ୟକ। 

ଜଣେ ମୁସଲିମ୍‌ ଯୁବତୀ ଓ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର କୋର୍ଟରେ ଏହି ପିଟିସନ ଦାୟର କରିଥିଲେ। ସେମାନଙ୍କ କହିବା ଅନୁସାରେ, ସେମାନଙ୍କ ଦାମ୍ପତ୍ୟ ଜୀବନରେ ପରିବାର ଲୋକ ହସ୍ତକ୍ଷେପ କରୁଛନ୍ତି। ତେଣୁ ପରିବାର ଲୋକ ଏଥିରେ ହସ୍ତକ୍ଷେପ ନକରିବାକୁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହେବାସହ ପିଟିସନ ଦାୟର କରିଥିଲେ। ଏପରିକି ଏହି ଦମ୍ପତି ପୋଲିସ ସୁରକ୍ଷା ମଧ୍ୟ ଲୋଡ଼ିଥିଲେ।

Advertisment

ଷ୍ଟେଟ୍‌ କାଉନସେଲ୍‌ କହିଥିଲେ ଯେ, ଉଭୟ ଆବେଦନକାରୀ ଭିନ୍ନ ଧର୍ମର ହୋଇଥିବା ବେଳେ ମୁସଲିମ ପର୍ସନାଲ ଲ’ ଅନୁସାରେ ଲିଭ୍‌-ଇନ୍‌ ରିଲେସନଶିପ୍‌ ଦଣ୍ଡନୀୟ। 

Advertisment
Advertisment