Advertisment

ଜ୍ଞାନବାପି ମସଜିଦ ମାମଲା: ୬ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

ଜ୍ଞାନବାପି ମସଜିଦ ମାମଲାକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ୬ ତାରିଖରେ ହେବ ପରବର୍ତ୍ତୀ ଶୁଣାଣୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Allahabad HC Adjourns Kashi Vishwanath Temple-Gyanvapi Mosque Dispute Case Till July 6

Allahabad HC Adjourns Kashi Vishwanath Temple-Gyanvapi Mosque Dispute Case Till July 6

ଜ୍ଞାନବାପି ମସଜିଦ ମାମଲାର ପରବର୍ତ୍ତୀ ଜୁଲାଇ ୬ ତାରିଖରେ ହେବ । ଆଜି ମଧ୍ୟାହ୍ନରେ ଚାଲିଥିବା ଶୁଣାଣିରେ ଆହ୍ଲାବାଦ୍ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜୁଲାଇ ୬ ତାରିଖରେ ହିଁ ଅଧିକ ଶୁଣାଣି କରାଯିବ । ଏହାସହ ୩୧ ବର୍ଷ ପୂର୍ବେ ବାରାଣାସୀ ଜିଲ୍ଲା କୋର୍ଟରେ ଦାଖଲ ହୋଇଥିବା ମକଦ୍ଦମା ଶୁଣାଣି ହୋଇପାରିବ କି ନାହିଁ ତାହାର ନିଷ୍ପତ୍ତି ମଧ୍ୟ କୋର୍ଟ ନେବେ । 

Advertisment

ସେହିପରି ୧୯୯୧ ମସିହାରେ ବାରାଣାସୀ କୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ହୋଇପାରିବ କି ନାହିଁ ତାହା ଉପରେ ହାଇକୋର୍ଟରେ ଏକ ବିତର୍କ ଚାଲିଛି । ମୁଖ୍ୟତ ASI ଖନନ କରି ଏହି ସର୍ଭେ କରାଯିବା ଉଚିତ କି ନାହିଁ ତାହା ଆଗାମୀ ଦିନରେ ହାଇକର୍ଟ ସ୍ଥିର କରିବେ ।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଜ୍ଞାନବାପି ମସଜିଦ ପରିସରକୁ ନେଇ ବିବାଦ ଲାଗିରହିଛି । ଏନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି ଯେ, ପୂଜାପାଠ ଅଧିନିୟମ ୧୯୯୧ ଅନୁଯାୟୀ ମକଦ୍ଦମା ଦାୟର କରାଯାଇପାରିବ ନାହିଁ। ଅଯୋଧ୍ୟା ବ୍ୟତୀତ ଦେଶର ଅନ୍ୟ କେଉଁ ଧାର୍ମିକ ସ୍ଥାନର ପ୍ରକୃତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ।

Advertisment

ଏହି ଅଧିନିୟମ ଅନୁଯାୟୀ, ଦେଶର ସ୍ୱାଧୀନତା ସମୟ ତଥା ୧୫ ଅଗଷ୍ଟ ୧୯୪୭ ରେ ଧାର୍ମିକ ସ୍ଥିତି ଯେପରି ଥିଲା ଏବେ ମଧ୍ୟ ତାହା ସମାନ ରହିବ। କାଶୀ ବିଶ୍ୱନାଥ ମନ୍ଦିର- ଜ୍ଞାନବାପି ମସଜିଦ ବିବାଦରେ ମସଜିଦର ବ୍ୟବସ୍ଥା କମିଟି ଏବଂ ୟୁପି ସନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ମୁସଲମାନ ପକ୍ଷ ରହିଛନ୍ତି । ଉଭୟ ପକ୍ଷରୁ ମୋଟ ୬ ଟି ପିଟିସନ ଦାଖଲ କରାଯାଇଛି। ମୁସଲମାନ ଦଳର ବିତର୍କ ଶେଷ ହେବା ପରେ ବଳିଥିବା ସମୟରେ ୟୁପି ସରକାରଙ୍କ ପକ୍ଷ ମଧ୍ୟ ରଖାଯିବ ।

ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପି ମସଜିଦ ରହିଛି । ମସଜିଦର କାର୍ଯ୍ୟ ଅଞ୍ଜୁମାନ ଇନ୍ତଜାମିଆ କମିଟି ଦ୍ୱାରା କରାଯାଇଥାଏ । ଏହି ମସଜିଦରେ ମୁସଲିମ ସମ୍ପ୍ରଦାୟର ଲୋକେ ନମାଜ ପାଠ ତଥା ପ୍ରାର୍ଥନା କରିଥାନ୍ତି । ୧୯୯୧ ମସିହାରେ, ବାରାଣାସୀର ସିଭିଲ ଜଜଙ୍କ କୋର୍ଟରେ ସମ୍ଭୁ ବିଶେଶ୍ୱର ଭଗବାନଙ୍କ ନାମରେ ଏକ ଆବେଦନ କରାଯାଇଥିଲା। ଏହି ଆବେଦନରେ ଦାବି କରାଯାଇଛି ଯେ ଜ୍ଞାନବାପି ମସଜିଦ ଅବସ୍ଥିତ ସ୍ଥାନରେ ପୂର୍ବରୁ ଏକ ମନ୍ଦିର ଥିଲା । ଯେଉଁଠାରେ ଶ୍ରୃଙ୍ଗାର ଗୌରୀଙ୍କ ପୂଜା କରାଯାଉଥିଲା।

Gyanvapi Masjid Case
Advertisment
Advertisment